ଓଡିଶା

odisha

ETV Bharat / state

ପିପିଲି ଉପନିର୍ବାଚନ: ବିଜେଡିର ଦୁର୍ନୀତି, କେନ୍ଦ୍ର ନୀତି ବିରୋଧରେ ଓହ୍ଲାଇବ କଂଗ୍ରେସ - Pipili by-election new date

ପିପିଲି ଉପନିର୍ବାଚନ ତାରିଖ ପୁନଃ ଘୋଷଣା ହେବା ପରେ ସ୍ବାଗତ କଲା କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ଭୋଟରଙ୍କ ପାଖକୁ ଯିବାକୁ ଲକ୍ଷ୍ୟ ରଖିଛି ଦଳ । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ: ବିଜେଡିର ଦୁର୍ନୀତି ଏବଂ କେନ୍ଦ୍ରର ଜନ ବିରୋଧୀ ନୀତି ମୈଦାନକୁ ଓହ୍ଲାଇବ କଂଗ୍ରେସ
ପିପିଲି ଉପନିର୍ବାଚନ: ବିଜେଡିର ଦୁର୍ନୀତି ଏବଂ କେନ୍ଦ୍ରର ଜନ ବିରୋଧୀ ନୀତି ମୈଦାନକୁ ଓହ୍ଲାଇବ କଂଗ୍ରେସ

By

Published : Sep 4, 2021, 10:44 PM IST

ପୁରୀ:ପିପିଲି ଉପନିର୍ବାଚନ ତାରିଖ ପୁର୍ନବାର ନିର୍ବାଚନ କମିଶନ ଘୋଷଣା କରିବା ପରେ ଏହାକୁ ସ୍ବାଗତ କରିଛି କଂଗ୍ରେସ। ନିର୍ବାଚନ କମିଶନଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ କଂଗ୍ରେସ ପ୍ରଚାର କାର୍ଯ୍ୟ କରିବ ବୋଲି କହିଛନ୍ତି ଦଳର ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ।

ସେହିପରି ଶାସକ ଦଳର ଦୁର୍ନୀତି, ଅରାଜକତା ଓ କେନ୍ଦ୍ର ବିଜେପି ସରକାରଙ୍କ ଜନ ବିରୋଧୀ ନୀତିକୁ ମୁଦ୍ଦା କରି କଂଗ୍ରେସ ପିପିଲି ଉପନିର୍ବାଚନ ଲଢ଼ିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ପିପିଲି ଉପନିର୍ବାଚନ: ବିଜେଡିର ଦୁର୍ନୀତି ଏବଂ କେନ୍ଦ୍ରର ଜନ ବିରୋଧୀ ନୀତି ମୈଦାନକୁ ଓହ୍ଲାଇବ କଂଗ୍ରେସ

ପୂର୍ବରୁ ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କୋଭିଡରେ ଦେହାନ୍ତ ହେବା ପରେ ନିର୍ବାଚନକୁ ସ୍ଥଗିତ ରଖା ଯାଇଥିଲା। ପରେ କୋଭିଡର ୨ୟ ଲହର ଆଶଙ୍କାକୁ ନେଇ ପୁଣି ଦ୍ବିତୀୟ ଥର ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । ତେବେ ଆଜି ପୁଣି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଆୟୋଗ । ତେବେ ତାରିଖ ଘୋଷଣା ପରେ ପୁଣି ଥରେ ସମସ୍ତ ରାଜନୈତିକ ଦଳ ପୁଣି ସକ୍ରିୟ ହେବା ସହ ରଣନୀତି ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଲାଣି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details