ଓଡିଶା

odisha

ପିପିଲି ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

By

Published : Sep 30, 2021, 12:21 PM IST

ପିପିଲିରେ ଉପନିର୍ବାଚନ ନେଇ ଜାରି ରହିଛି ମତଦାନ। ଏନେଇ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେଉଁମାନେ ନାହାନ୍ତି, ପ୍ରଶାସନ ପକ୍ଷରୁ ନିଯୁକ୍ତ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ତାଙ୍କୁ ଘରୁ ଅଣାଯାଇ ମତଦାନ କେନ୍ଦ୍ରରେ ପହଞ୍ଚା ଯାଉଛି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ପିପିଲି ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ପିପିଲିରେ ଉପନିର୍ବାଚନ ନେଇ ଜାରି ରହିଛି ମତଦାନ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି।

ପିପିଲି ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଅନ୍ୟପଟେ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେଉଁମାନେ ଚାଲିକି ଆସିବା ସ୍ଥିତିରେ ନାହାନ୍ତି, ପ୍ରଶାସନ ପକ୍ଷରୁ ନିଯୁକ୍ତ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ତାଙ୍କୁ ଘରୁ ଅଣାଯାଇ ମତଦାନ କେନ୍ଦ୍ରରେ ପହଞ୍ଚା ଯାଉଛି ଏବଂ ଭୋଟ ପରେ ସେମାନଙ୍କ ଘରେ ନେଇ ଛାଡି ଆସୁଛନ୍ତି ସ୍ବେଚ୍ଛାସେବୀ। ଏହି ବ୍ୟବସ୍ଥାକୁ ଜନସାଧାରଣ ସ୍ବାଗତ କରିଛନ୍ତି। ଅନ୍ୟପଟେ ପିପିଲି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ବୁଥକୁ ବୁଥ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details