ପୁରୀ: ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି। ଜଣେ କୋରୋନା ରିପୋର୍ଟ ପଜେଟିଭ ଚିହ୍ନଟ ପରେ ସେହି ଅଞ୍ଚଳକୁ ପ୍ରଶାସନ ସିଲ କରି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।
କଣ୍ଟେନମେଣ୍ଟ ଅଞ୍ଚଳର ଲୋକ କେହି ଘରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଅନ୍ୟପଟେ ପୁରୀ ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବଲବନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ହୋମ ଓ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ କୋରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।