ଓଡିଶା

odisha

ETV Bharat / state

ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ, ପୋଲିସର ଛାନଭିନ୍‌ ଆରମ୍ଭ - Firing in petrol pump owner in puri

ସାକ୍ଷୀଗୋପାଳ ଅଳଗୁମ ରାସ୍ତା ପୁରୁଣାସୋମେଶ୍ଵରପୁର ଛକ ନିକଟରେ ଗୁଳିମାଡ । ଗୁଳିମାଡରେ ସ୍ଥାନୀୟ ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥ ଗୁରୁତର । ଅଧିକ ଚିକିତ୍ସା ପାଇଁ ଶ୍ରୀକାନ୍ତ ଭୁବନେଶ୍ବର ସ୍ଥାନାନ୍ତରିତ ।

Firing in petrol pump owner in puri
ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ କରି ଫେରାର ଦୁର୍ବୃତ୍ତ

By

Published : Dec 30, 2019, 8:47 AM IST

Updated : Dec 30, 2019, 4:45 PM IST

ପୁରୀ: ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ସାକ୍ଷୀଗୋପାଳ ଅଳଗୁମ ରାସ୍ତା ପୁରୁଣାସୋମେଶ୍ଵରପୁର ଛକ ନିକଟରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ ହୋଇଛି । ଏଥିରେ ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ, ପୋଲିସର ଛାନଭିନ୍‌

ସୂଚନାନୁସାରେ, 3 ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଶ୍ରୀକାନ୍ତଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ବାରମ୍ବାର ଜିଲ୍ଲାରେ ଗୁଳିକାଣ୍ଡ ଘଟଣାର ପୁନରାବୃତ୍ତି ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଏପଟେ ଗୁଳିକାଣ୍ଡ ନେଇ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି 9 ଟାରେ 3ଜଣ ଯୁବକ ଏକ ବାଇକରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ସୃଷ୍ଟି କରିବା ସହ ଟଙ୍କା ଲୁଟ ଉଦ୍ୟମ କରିଥିଲେ । ଏହି ସମୟ ପେଟ୍ରୋଲ ପମ୍ପ ମାଲିକ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଏକ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗୁଳିଟି ପେଟ୍ରୋଲ ପମ୍ପ ମାଲିକଙ୍କ ପେଟରେ ବାଜିଛି । ତେବେ ଏହି ଘଟଣାରେ ପୋଲିସ କିଛି ବ୍ୟକ୍ତିଙ୍କୁ ସନ୍ଦେହ କରୁଥିବା ସୂଚନା ଦେଇଛନ୍ତି ଏସପି ।

ଏହାସହ ଖୁବଶୀଘ୍ର ଏହି ଘଟଣାରେ ପୋଲିସ ଅପରାଧୀଙ୍କୁ ଧରିବାରେ ସଫଳ ହେବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 30, 2019, 4:45 PM IST

ABOUT THE AUTHOR

...view details