ଓଡିଶା

odisha

By

Published : Apr 8, 2020, 4:23 PM IST

ETV Bharat / state

ଲକ ଡାଉନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ବ୍ୟବସାୟୀ

ଲକ ଡାଉନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ବ୍ୟବସାୟୀ । ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ଅନେକ କର୍ମଚାରୀ ଚାକିରୀ ହରାଇବା ଆଶଙ୍କା । ଅଧିକ ପଢନ୍ତୁ....

petrol pump business are stopped due to lockdown
ଲକ ଡାଉନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ବ୍ୟବସାୟୀ

ପୁରୀ: କୋରୋନାକୁ ନେଇ ସାରା ଦେଶ ଲକ ଡାଉନ । କୋରୋନା କଟକଣା ଯୋଗୁଁ ଏବେ ପେଟ୍ରୋଲ ପମ୍ପ ମାଲିକଙ୍କ ମୁଣ୍ଡରେ ଚଡକ ପଡିଛି । ସରକାରୀ କଟକଣା ଯୋଗୁଁ ଲୋକ ମାନେ ଘରୁ ବାହାରୁ ନ ଥିବା ହେତୁ ତେଲ ବିକ୍ରି ଏବେ 90 ପ୍ରତିଶତ ତଳକୁ ଖସି ଆସିଛି । ଆଗାମୀ ଦିନରେ ଲକ ଡାଉନ ଅବଧି ବଢିବାର ସମ୍ଭାବନା ରହିଛି । ଯଦି ଲକ ଡାଉନ ଅବଧି ବଢେ ପେଟ୍ରୋଲ ପମ୍ପ ଖୋଲିବା କଷ୍ଟ ସାଧ୍ୟ ହୋଇ ପଡିବ ବୋଲି ପେଟ୍ରୋଲ ପମ୍ପ ବ୍ୟବସାୟୀ କହିଛନ୍ତି ।

ଲକ ଡାଉନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ବ୍ୟବସାୟୀ

କାରଣ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ବିକ୍ରିରୁ ମିଳୁଥିବା କମିଶନ ହିଁ ମୁଖ୍ୟ ରୋଜଗାରର ମାଧ୍ୟମ । ଏହି ଟଙ୍କାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବେତନ ପ୍ରଦାନ ସହ ବିଦ୍ୟୁତ ବିଲ , ବ୍ୟାଙ୍କ ଲୋନ ସମେତ ବିଭିନ୍ନ ଅନ୍ୟାନ୍ୟ ଖର୍ଚ୍ଚ ରହିଛି । ଯଦି ଲକ ଡାଉନ ବଢେ ତେବେ ଆୟ ବନ୍ଦ ରହିବ । ଫଳରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦରମା ସମେତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ଏକ ପ୍ରକାର କାଠିକର ପାଠ ହୋଇ ପଡିବ । ସେହିପରି ଏହାର ପ୍ରଭାବ ମଧ୍ୟ କର୍ମଚାରୀଙ୍କ ଉପରେ ପଡିବ । ଅନେକ ପେଟ୍ରୋଲ ପମ୍ପ କର୍ମଚାରୀ ଚାକିରୀ ହରାଇବାର ଆଶଙ୍କା ମଧ୍ୟ ରହିଛି। ତେବେ ଲକ ଡାଉନ ପରେ ପେଟ୍ରୋଲ ପମ୍ପ ଗୁଡିକର ସ୍ଥିତି କଣ ରହିଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details