ଓଡିଶା

odisha

ETV Bharat / state

ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ସମୀର ଦାଶ - ନିମାପଡ଼ା ବିଧାୟକ ସମୀର ଦାଶ

ହଟହଟା ହେଲେ ନିମାପଡ଼ା ବିଧାୟକ ସମୀର ଦାଶ । ରାସ୍ତା ଶିଳାନ୍ୟାସ କରିବା ପାଇଁ ଆସି ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେଲେ । ବିଧାୟକଙ୍କ ଅଙ୍ଗରକ୍ଷୀ ଓ ପୋଲିସ ସହିତ ଗ୍ରାମବାସୀଙ୍କ ଠେଲାପେଲା ।‌ ଅଧିକ ପଢ଼ନ୍ତୁ

people oppose to mla sameer dash in nimapara
ରାସ୍ତା ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ସମୀର

By

Published : Jul 21, 2023, 7:36 PM IST

ରାସ୍ତା ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ସମୀର

ପୁରୀ: ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ବିଧାୟକ, ତାହା ପୁଣି ନିଜ ଅଞ୍ଚଳରେ । ନିମାପଡ଼ା ବିଧାୟକ ସମୀର ଦାଶଙ୍କ ଗସ୍ତକୁ ଗ୍ରାମବାସୀ ବିରୋଧ କରିଥିଲେ । ଏହାକୁ ନେଇ ଅଙ୍ଗରକ୍ଷୀ ଏବଂ ପୋଲିସ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିରୋଧ ପରେ ବିଧାୟକ ସମୀର ଦାଶ ରାସ୍ତା ଶିଳାନ୍ୟାସ ନକରି ଫେରି ଯାଇଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ହେଲା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଚାରିଛକ-ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗ୍ରାମକୁ ଭଲ ରାସ୍ତା ନଥିଲା । ଫଳରେ ଗ୍ରାମର ଛାତ୍ରଛାତ୍ରୀ, ରୋଗୀ ଏବଂ ଜନ ସାଧାରଣ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଏପରିକି ଗ୍ରାମକୁ ଆମ୍ବୁଲାନ୍ସ ନ ଆସିବା, ଯାନବାହନ ନଯିବା ସହିତ ନାହିଁନଥିବା ସମସ୍ୟା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପକ୍ଷରୁ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ କରି ବ୍ଲକ ଆଗରେ ଧାରଣା ଦେଇଥିଲେ । ପରେ ପୁରୀ ଜିଲ୍ଲାପାଳ, ବିଡ଼ିଓ, ଜେଇ ଓ ବିଧାୟକ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ଟଙ୍କା ଆସିଥିଲା ।

ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର ଚାରିଛକ ଗୋପ ରାସ୍ତା ଠାରୁ ରାସ୍ତା କାର୍ଯ୍ୟ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଆସିଥିଲା । ପୂର୍ବରୁ ହୋଇଥିବା ରାସ୍ତା କାମ ଅଧାରୁ ନହୋଇ ଗ୍ରାମ ଶେଷ ମୁଣ୍ଡରେ ଥିବା କେଉଟ ସାଳଦା ଗ୍ରାମଠାରୁ କାମ କରିବା ପାଇଁ ବିଧାୟକ କହିଥିଲେ । ଏହି ରାସ୍ତା ନିର୍ମାଣ ବିଧାୟକ ମନ ଇଚ୍ଛାରେ କରୁଛନ୍ତି ଏବଂ ଯେଉଁ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ଦାବି ହେଉଥିଲା ସେହି ସ୍ଥାନରେ ନ କରି ଆବଶ୍ୟକ ନଥିବା ସ୍ଥାନରେ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଛଣିଜଙ୍ଗ ପଞ୍ଚାୟତ ସମିତି ସଭ୍ୟା କହିଛନ୍ତି, "ଦୀର୍ଘ ଦିନ ଧରି ଏଠାରେ ରାସ୍ତା ସମସ୍ୟା ଲାଗି ରହିଥିଲା । ଲୋକଙ୍କ ସୁବିଧାକୁ ଆଖି ଆଗରେ ନରଖି ସେମାନଙ୍କ ଇଚ୍ଛାରେ ଅନ୍ୟପଟେ ରାସ୍ତା ତିଆରି ହୋଇଛି । ଯାହାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ:ପୁରୀରେ ହଟହଟା ହେଲେ ମନ୍ତ୍ରୀ ଅଶ୍ବିନୀ ପାତ୍ର

ତେବେ ଆଜି ଏହି ରାସ୍ତାର ଶିଳାନ୍ୟାସ କରିବାକୁ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆସିଥିଲେ । ତାଙ୍କର ଗସ୍ତ ଖବର ପାଇ ଗ୍ରାମବାସୀ ଶିଳାନ୍ୟାସକୁ ବିରୋଧ କରିଥିଲେ । ବିରୋଧ ସମୟରେ ବିଧାୟକଙ୍କ ଅଙ୍ଗରକ୍ଷୀ ଏବଂ ପୋଲିସ ସହିତ ଗ୍ରାମବାସୀଙ୍କ ଠେଲାପେଲା ହୋଇଥିଲା । ବାଧ୍ୟ ହୋଇ ବିଧାୟକ ଶିଳାନ୍ୟାସ ନକରି ଫେରି ଯାଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।‌

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details