ପୁରୀ:ନିର୍ବାଚନ ପ୍ରଚାରବେଳେ ପୁରୀ ଜିଲ୍ଲାର 2 ମନ୍ତ୍ରୀ ହେଲେ ହଟହଟା । ଗଣଶିକ୍ଷା ଓ କ୍ରୀଡା ମନ୍ତ୍ରୀଙ୍କୁ ଭୋଟର କଲେ ବିରୋଧ । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ।
ତେବେ ପ୍ରଶ୍ନ ବାଣରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଭୋଟର କରିଛନ୍ତି ଘାଇଲା । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଗଣଶିକ୍ଷା ମନ୍ତ୍ରୀଙ୍କୁ ସାଇଁଶ ପଞ୍ଚାୟତ ଦୁର୍ଗାପୁର ତୋରିହବନ୍ଧରେ ମହିଳା ବିରୋଧ କରି ବିକାଶ କେଉଁଠି ବୋଲି ପ୍ରଶ୍ନ କରିଥିଲେ ।
ବର୍ଷ ବର୍ଷ ଧରି ଭଙ୍ଗା କୁଡିଆରେ ଅଛୁ ଭୋଟ ସମୟରେ କଣ ପାଇଁ ଆସି ମିଛ ପ୍ରତିଶୃତି ଦେଉଛ ବୋଲି ଓଲଟା ପ୍ରଶ୍ନ କରିଥିଲେ ମହିଳା । ମନ୍ତ୍ରୀ ଆଶ୍ଵାସନା ଦେଇଥିଲେ ମଧ୍ୟ ବୁଝିବାକୁ ନାରାଜ ଥିଲେ ଭୋଟର, ଯାହାର ଭିଜୁଆଲ ଏବେ ସୋସିଅ।ଲ ମିଡିଅ।ରେ ଘୁରି ବୁଲୁଛି । ସେହିପରି ବିରୋଧର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।