ଓଡିଶା

odisha

ETV Bharat / state

ଗାଡି କାଗଜପତ୍ର ଲାଗି ଅନଲାଇନ ପେମେଣ୍ଟ ଦାବି - demand online payment for vehicle document

ମଟରଯାନ ଆଇନକୁ ଗତ ଅଗଷ୍ଟ ମାସରୁ ଡିସେମ୍ବର ତିନି ମାସ ପର୍ଯ୍ୟନ୍ତ କୋହଳ କରି ସମସ୍ତ କାଗଜପତ୍ର କରାଇ ନେବାକୁ ପରାମର୍ଶ  ଦେଇଥିଲେ ସରକାର । ମାତ୍ର ତିନି ମାସ ସମୟ ସାରିବାକୁ ଥିବା ସତ୍ତ୍ବେ ଅନେକ ଲୋକ ଗାଡି କାଗଜପତ୍ର କରାଇ ପାରିନହାନ୍ତି ।

ଗାଡି କାଗଜପତ୍ର ଲାଗି ଲାଇନରେ ନୁହେଁ, ଅନଲାଇନ ପେମେଣ୍ଟ ଦାବି
ଗାଡି କାଗଜପତ୍ର ଲାଗି ଲାଇନରେ ନୁହେଁ, ଅନଲାଇନ ପେମେଣ୍ଟ ଦାବି

By

Published : Nov 27, 2019, 11:34 PM IST

ପୁରୀ: ବଢିବନି ଡେନଲାଇନ । ଡିସେମ୍ବର ପହିଲାରୁ ପୁଣି କଡାକଡି ହେବ ନୂଆ ମଟରଯାନ ଆଇନ । ଆଉ ଗାଡି କାଗଜପତ୍ର ନଥିଲେ ଫାଇନ କଟାଯିବ।

ଗାଡି କାଗଜପତ୍ର ଲାଗି ଲାଇନରେ ନୁହେଁ, ଅନଲାଇନ ପେମେଣ୍ଟ ଦାବି

ସରକାର ଏହି ଆଇନକୁ ଗତ ଅଗଷ୍ଟ ମାସରୁ ଡିସେମ୍ବର ତିନି ମାସ ପର୍ଯ୍ୟନ୍ତ କୋହଳ କରି ସମସ୍ତ କାଗଜପତ୍ର କରାଇ ନେବାକୁ ପରାମର୍ଶ ଦେଇଥିଲେ । ତେବେ ତିନି ମାସ ସମୟ ସାରିବାକୁ ଥିବା ସତ୍ତ୍ବେ ଅନେକ ଲୋକ ଗାଡି କାଗଜପତ୍ର କରି ପାରିନହାନ୍ତି । ଏବେବି ଆରଟିଓ ଅଫିସରେ ଦେଖିବାକୁ ମିଳୁଛି ଗହଳି । ପୁରୀରେ ମଧ୍ୟ ସମାନ ଅବସ୍ଥା । ଲୋକ ଘଣ୍ଟା ଘଣ୍ଟା ଧରି ଲାଇନରେ ରହି ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି। ତେବେ ପୁରୀ ଆରଟିଓ ଅଫିସରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ହେତୁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗାଡି ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ ପାଇଁ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ତେବେ ଲାଇସେନ୍ସ ଆବେଦନ ଓ ରିନ୍ୟୁଆଲ ପାଇଁ ଅନ ଲାଇନ ଅର୍ଥ ପଇଠ କରିବାକୁ ପଡୁଥିବା ବେଳେ ସ୍ମାର୍ଟ ସେକ୍ସନ ପାଇଁ ଅଫ ଲାଇନରେ ଆବେଦନ କରିବାକୁ ପଡୁଛି। ଫଳରେ ହଜାର ହଜାର ଲୋକେ ଅଯଥାରେ ଆରଟିଓରେ ଲାଇନ ଲଗାଉଛନ୍ତି । ସମସ୍ତ ଫିସ୍ ଅନଲାଇନରେ ନେବାକୁ ଦାବି କରିଛନ୍ତି ଲୋକ ।

ସେହିପରି ଆରଟିଓ କାର୍ଯ୍ୟଳୟରେ ଭିଡ଼ କମାଇବା ପାଇଁ ବ୍ଲକ କାର୍ଯ୍ୟଳୟରେ ସ୍ବତନ୍ତ୍ର କ୍ୟାମ୍ପ ଖୋଲି ଲର୍ଣ୍ଣିଂ ଲାଇସେନ୍ସ ଦେବାକୁ ମଧ୍ୟ ଦାବି ହୋଇଛି । ଅନ୍ୟପଟେ ପୁରୀ ଏମ୍‌ଭିଆଇ ପିକେ ପ୍ରଧାନ କହିଛନ୍ତି ଲୋକଙ୍କ ସୁବିଧା ପାଇଁ ଆରଟିଓ ଅଫିସରେ ସୀମିତ ସମ୍ବଳରେ ଅଵଶ୍ୟକ ବ୍ୟବସ୍ଥା ହୋଇଛି । ବାୟୋ ମେଟ୍ରିକ ପାଇଁ 3 ଟି କାଉଣ୍ଟର ଓ ଲର୍ଣ୍ଣିଂ ପାଇଁ 2 ଟି କାଉଣ୍ଟର କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି । ସେହିପରି ଗତ ତିନିମାସ ଭିତରେ 27 ହଜାରରୁ ଅଧିକ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ 8 ହଜାରରୁ ଅଧିକ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଓ 5 ହଜାର ଲୋକଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରାଯାଇଛି ।

ତେବେ ଆଗକୁ ଯଦି ଭିଡ଼ ବଢେ ଆରଟିଓ ଅଫିସରେ ଆଉ କିଛି ବ୍ୟବସ୍ଥା ହେବ ବୋଲି ପୁରୀ ଏମଭିଆଇ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details