ଓଡିଶା

odisha

By

Published : Dec 15, 2022, 10:53 PM IST

ETV Bharat / state

ପୁରୀ ସହରରେ ଭୁଷୁଡି ପଡ଼ିଛି ବିଦ୍ୟୁତ ସେବା, ଶୁଣୁନି ଟାଟା ପାୱାର

ଜନବସତି ଅଞ୍ଚଳ ଭିତରେ ଦେଇ ଯାଇଛି ୩୩କେଭି ବିଦ୍ୟୁତ ତାର । କେଉଁଠି ତାର ଛିଡ଼ି ପଡ଼ିଛି ତ କେଉଁଠି ବିଦ୍ୟୁତ ଖୁଣ୍ଟ କଳଙ୍କି ଖାଇ ଠିଆ ହୋଇଛି । କିଛି ଏଭଳି ଭାବରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ଟାଟା ପାୱାର । ଅଧିକ ପଢ଼ନ୍ତୁ

people life endangered due to electric wire in puri by Tata Power
ପୁରୀ ସହରରେ ଭୁଷୁଡି ପଡ଼ିଛି ବିଦ୍ୟୁତ ସେବା, ଶୁଣୁନି ଟାଟା ପାୱାର

ପୁରୀ ସହରରେ ଭୁଷୁଡି ପଡ଼ିଛି ବିଦ୍ୟୁତ ସେବା, ଶୁଣୁନି ଟାଟା ପାୱାର

ପୁରୀ: ପୁରୀ ସହରରେ ଲୋକଙ୍କ ଜୀବନ ସହ ଖେଳ‌ ଖେଳୁଛି ଟାଟା ପାୱାର । ଟାଟା ପାୱାର ଦାୟିତ୍ଵରେ ଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବିଦ୍ୟୁତ୍ ଆଘାତର ଶିକାର ହୋଇ ଅନେକ ନିରୀହ ଲୋକଙ୍କର ପ୍ରାଣ ଚାଲି ଯାଉଛି । ତଥାପି ଦାୟିତ୍ଵରେ ଥିବା ଅଧିକାରୀଙ୍କ ନିଦ ଭାଙ୍ଗୁନି । ରାସ୍ତାକଡ଼ରେ ବିଦ୍ୟୁତ ଖୁଣ୍ଟର ସ୍ଥିତି ଦୟନୀୟ ହୋଇ ରହିଛି । ଜନବସତି ଅଞ୍ଚଳ ଦେଇ 33 କେଭି ବିଦ୍ୟୁତ ତାର ଯାଇଛି । ସେହିଭଳି ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ରହିଛି । ଏସବୁ ସମସ୍ୟାର ସମାଧାନ କରିବାକୁ ଦାବି କରୁଛନ୍ତି ଲୋକେ । ସେପଟେ ସମୀକ୍ଷା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବିପଦ ଟାଣୁଛି କଳଙ୍କି ବିଦ୍ୟୁତ ଖୁଣ୍ଟ

ସିଦ୍ଧମହାବୀର ଏନ୍‌ସିସି ଅଫିସ ଛକଠାରୁ ଦେନା ବ୍ୟାଙ୍କ୍‌ ପର୍ଯ୍ୟନ୍ତ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ ଲାଇନ୍‌ ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି । ରାସ୍ତା ମଝିରେ ରହିଛି ବିଦ୍ୟୁତ୍ ଖୁଣ୍ଟ । ଜନବସତି ଅଞ୍ଚଳ ଉପର ଦେଇ ଉଚ୍ଚ ଶକ୍ତି ସମ୍ପନ୍ନ ୩୩ କେଭି ଲାଇନ୍ ଯାଇଛି । ଏଥିପାଇଁ ଲୋକଙ୍କ ଉପରେ ସବୁବେଳେ ବିଦ୍ୟୁତ ଆଘାତର ବିପଦ ରହୁଛି ।

ଯମ ସାଜିଛି ଟାଟା ପାୱାର

ଟାଟା ପାୱାର ଦାୟିତ୍ବ ନେବପରଠୁ ବିଦ୍ୟୁତ ସରବରାହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟାଟା ପାୱାର ଗୁଣ୍ଡାମୀ କରୁଛି । ମିଥ୍ୟା ଅଭିଯୋଗ କରି ଲୋକଙ୍କ ବିଲ୍‌ କଲେକ୍ସନ କରୁଛି । ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ଦାବି ହେଉଛି । ଲୋକଙ୍କ ପାଇଁ ଟାଟା ପାୱାର ଯମ ସାଜିଥିବା ଆଲୋଚନା ହେଉଛି ।

ଅଣ୍ଡର ଗ୍ରାଉଣ୍ଡରେ ବିଦ୍ୟୁତ୍ ଲାଇନ ଦାବି

ତାର ଛିଡ଼ି ତଳେ ଓହଲୁଥିବା ଦେଖା ଯାଇଛି । ସେହିଭଳି ଲୋକଙ୍କ ଘର ସାମ୍ନାରେ ବିଦ୍ୟୁତ ତାର ଓହଳି ପଡ଼ିଥିବା ମଧ୍ୟ ଦେଖାଯାଇଛି । ବିଦ୍ୟୁତ ଖୁଣ୍ଟ କଳଙ୍କି ଖାଇ ଠିଆ ହୋଇଛି । କେତେବେଳେ ଏହା ଲୋକଙ୍କ ଉପରେ ଖସି ପଡ଼ିବ ତାହାର କହି ହେବନି । ପୁରୀ ସହର ଓ ବିଭିନ୍ନ ଗଳିକନ୍ଦିରେ ବିଦ୍ୟୁତ୍ ଖୁଣ୍ଟ ସହିତ ଅନେକ ଟ୍ରାନ୍ସଫରମର ଅତି ବିପଦ ଶଙ୍କୁଳ ଭାବେ ଖୋଲାମେଲା ଭାବେ ପଡ଼ି ରହିଛି । ଲୋକନାଥ ରୋଡର ଶଣ୍ଢ ଯାଗା ଠାରୁ ଦାମୋଦର ରୋଡ ପର୍ଯ୍ୟନ୍ତ ରାସ୍ତା ଉପରେ ଥିବା ଏହି ଲୁହା ବିଦ୍ୟୁତ ଖୁଣ୍ଟ ସ୍ଥିତି ଅତି ଦୟନୀୟ ହୋଇ ରହିଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ କହିଛନ୍ତି, "ଏହି ଯେଉଁ ୩୩ କେଭି ଏଠାରୁ ହଟାଯାଉ ନହେଲେ ଅଣ୍ଡରଗ୍ରାଉଣ୍ଡ କରାଯାଉ । ଏହାଦ୍ବାରା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଆମେ PWDର କାର୍ଯ୍ୟ ବନ୍ଦ କରାଯାଇଛି । ଟାଟା ପାୱାର ଦାବି ନଶୁଣିଲେ ଆମେ ବିଲ୍‌ ବୈଠ କରିବୁ ନାହିଁ । ଆମେ ଜୀବନ କିଭଳି ରକ୍ଷା ପାଇବ ତାହା ଆମେ ଚିନ୍ତା କରୁଛୁ । ରାସ୍ତା ମଝିରେ ୩୩କେଭି ତାର ଯାଇଛି ।"

ଏହି ଅଭିଯୋଗ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଆମେ ଯେତେବେଳେ ବି ଅଭିଯୋଗ ପାଉଛୁ ସେଥିପ୍ରତି ପଦକ୍ଷେପ ନେଇଛୁ । ଏହାପରେ ଆମେ ଏକ ସର୍ଭେ କରାଇବୁ ଏହାପରେ ଯେଉଁସବୁ ସ୍ଥାନରେ ସମସ୍ୟା ରହିଛି ତାହାକୁ ନେଇ ଟାଟା ପାୱାରକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲୁ । ସେହି କାର୍ଯ୍ୟ ସେମାନେ କରିବା ଆରମ୍ଭ କରିଥିଲେ । ଟାଟା ଟିମ୍‌ ପରିକ୍ରମା ପ୍ରକଳ୍ପରେ ଲାଗିଥିଲା । ସେହି କାର୍ଯ୍ୟ ଶେଷ ହୋଇଛି ବର୍ତ୍ତମାନ ଏହି କାର୍ଯ୍ୟ ଆରମ୍ଭ ହେବ ।"

ଗୋଟିଏ ମାସର ବିଦ୍ୟୁତ୍ ବିଲ୍ ପୈଠ ନହେଲେ ଉପଭୋକ୍ତାଙ୍କ ଲାଇନ୍‌ କଟା ଯାଉଛି । ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି ଟାଟା ପାୱାର କର୍ମଚାରୀ । ପୁଳାପୁଳା ଅଭିଯୋଗ ପରେ ପୁରୀ ସହରବାସୀଙ୍କ ସୁରକ୍ଷା ଦିଗରେ ଟାଟା ପାୱାର ଉଚିତ୍ ପଦକ୍ଷେପ ନେବାକୁ ଦାବି ହୋଇଛି । ଆଗାମୀ ଦିନରେ ଟାଟା ପାୱାରକୁ ଦୃଢ଼ ବିରୋଧ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭଇ ଭାରତ, ପୁରୀ

ABOUT THE AUTHOR

...view details