ଓଡିଶା

odisha

ETV Bharat / state

କଟକଣାରେ ବି ଲୁଚି ଲୁଚି ଦୋକାନ ଖୋଲୁଛନ୍ତି ବ୍ୟବସାୟୀ

ବ୍ରହ୍ମଗିରିରେ କୋରୋନା ଏବେ ତାର ଉଗ୍ର ରୂପ ଦେଖାଇ ଚାଲିଥିବା ବେଳେ ତଥାପି ସାବାଡ ହେଉନାହାନ୍ତି ଲୋକେ । କୋଭିଡ କଟକଣାକୁ ନମାନି ଲୁଚି ଛପି ଦୋକାନ ଖୋଲୁଛନ୍ତି ଏବେବି କିଛି ଅମାନିଆ । ଖବରପାଇ ଦୋକାନ ସିଲ କରିଛି ପୋଲିସ । ଅଧିକ ପଢନ୍ତୁ...

କୋଭିଡ କଟକଣାକୁ ମାନୁ ନାହାନ୍ତି ଲୋକେ, ଦୋକାନ ସିଲ କଲା ପୋଲିସ
କୋଭିଡ କଟକଣାକୁ ମାନୁ ନାହାନ୍ତି ଲୋକେ, ଦୋକାନ ସିଲ କଲା ପୋଲିସ

By

Published : May 17, 2021, 10:54 AM IST

ବ୍ରହ୍ମଗିରି: କୋରୋନା ଏବେ ତାର ଉଗ୍ର ରୂପ ଦେଖାଇ ଚାଲିଥିବା ବେଳେ ତଥାପି ସାବାଡ ହେଉନାହାନ୍ତି ଲୋକେ । କୋଭିଡ କଟକଣାକୁ ନମାନି ଲୁଚି ଛପି ଦୋକାନ ଖୋଲୁଛନ୍ତି ଏବେବି କିଛି ଅମାନିଆ । ଯାହାକୁ ନେଇ କଠୋର ହୋଇଛି ପ୍ରଶାସନ । ତେବେ ପୁରୀ ବ୍ରହ୍ମଗିରିରେ ପ୍ରତିଦିନ 20 ରୁ ଉର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ଲୋକମାନେ କୋଭିଡ କଟକଣାକୁ ନ ମାନି ବଜାର ଘାଟରେ ପ୍ରତିଦିନ ଭିଡ଼ ଜମାଉଛନ୍ତି । ସରକାରଙ୍କ କୋହଳ ନିୟମର ଫାଇଦା ଉଠାଇ ଵ୍ରହ୍ମଗିରିରେ କଟକଣା ଯୁକ୍ତ ଦୋକାନଗୁଡ଼ିକ ଲୁଚି ଛପି ଖୋଲା ହେଉଥିବା ଦେଖିବାକୁ ମିଳୁଛି ।

କୋଭିଡ କଟକଣାକୁ ମାନୁ ନାହାନ୍ତି ଲୋକେ, ଦୋକାନ ସିଲ କଲା ପୋଲିସ

ଏପଟେ ବାଇକ ପାଇଁ ବାରଣ ଥିବା ବେଳେ ଅମାନିଆମାନେ ଗାଡି ଧରି ଦିନ ତମାମ ଏଣେ ତେଣେ ପଈଁତରା ମରୁଛନ୍ତି । ପୋଲିସ ଫାଇନ କାଟ ମଧ୍ୟ ଲୋକଙ୍କ ଉପରେ କିଛି ପ୍ରଭାବ ପକାଉ ନାହିଁ । ତେବେ ରବିବାର ସନ୍ଧ୍ୟା ସମୟରେ ବନ୍ଧକେରା ନିକଟରେ ଏକ ସେଲୁନ ଖୋଲି ବେଧଢକ ବେପାର କରୁଥିବା ଖବରପାଇ ଦୋକାନକୁ ସିଲ କରିଛି ପୋଲିସ ।

ସେପଟେ ଲୋକଙ୍କ ସଚେତନତା ଅଭାବ ହେତୁ ଵ୍ରହ୍ମଗିରିରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏଥିପ୍ରତି ପ୍ରଶାସନର କଟକଣା ଆହୁରି ଟାଇଟ ନ କରାଗଲେ ବ୍ରହ୍ମଗିରି ପରିସ୍ଥିତି ଅଣାୟତ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details