ଓଡିଶା

odisha

By

Published : Oct 24, 2022, 2:03 PM IST

ETV Bharat / state

ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡବଡୁଆ ଡ଼ାକିଲେ ଶ୍ରଦ୍ଧାଳୁ

ପୟାଶ୍ରାଦ୍ଧ ଓ ଆଲୋକର ପର୍ବ ଦୀପାବଳି ପାଇଁ ପୁରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଏହି ପବିତ୍ର ପର୍ବରେ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ଓ ପିଣ୍ଡଦାନ କରି ସିଂହଦ୍ବାର ସମ୍ମୁଖରେ ବଡବଡୁଆ ଡାକିଥାନ୍ତି । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡବଡୁଆ ଡ଼ାକିଲେ ଶ୍ରଦ୍ଧାଳୁ
ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡବଡୁଆ ଡ଼ାକିଲେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଦୀପାବଳି ଅମାବାସ୍ୟା । ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଆଜି ହେଉଛି କାର୍ତ୍ତିକ ମାସର ଅମାବାସ୍ୟା ତିଥି । ଆଜିର ତିଥିରେ ପୟା ଶ୍ରାଦ୍ଧ ପଡ଼େ । ଏଥିପାଇଁ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ। । ସିଂହଦ୍ବାର ସମ୍ମୁଖରେ ପୟା ଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ କାଉଁରିଆ ଧରି ବଡବଡୁଆ ଡକାଯିବାର ପରମ୍ପରା ରହିଛି । ଯେଉଁମାନେ ନିଜ ପିତୃପୁରୁଷଙ୍କୁ ପିତୃପକ୍ଷ, ମହାଳୟାରେ ପିଣ୍ଡଦାନ କରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡଦାନ କରିଥାନ୍ତି । ଦୁଇ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ଦୀପାବଳିକୁ ଧୁମଧାମରେ ପାଳନ ନେଇ ହୋଇଛି ପ୍ରସ୍ତୁତି ।

ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡବଡୁଆ ଡ଼ାକିଲେ ଶ୍ରଦ୍ଧାଳୁ

ପିତୃ ପୁରୁଷଙ୍କୁ ସ୍ବସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ । ଏହା ଏକ ସାମୂହିକ ଶ୍ରାଦ୍ଧ । ଏଣୁ ପୁରୀ ବଡଦେଉଳ ସମ୍ମୁଖରେ ଶ୍ରଦ୍ଧାଳୁ ମାନେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ପିଣ୍ଡଦାନ କରିଥାନ୍ତି । ବାଇଶି ପାହଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ସନ୍ତୁଷ୍ଟି ମିଳିଥାଏ ଓ ସେମାନେ ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଏଥିପାଇଁ କାହିଁ କେତେ ଦୂରରୁ ଭକ୍ତ ପୟାଶ୍ରାଦ୍ଧ କରିବାପାଇଁ ଶ୍ରୀମନ୍ଦିରକୁ ଛୁଟି ଆସିଥାନ୍ତି ।

ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି । ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡବଡୁଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି ହଜାର ହଜାର ଭକ୍ତଙ୍କର । ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ବାହିନୀ ଏବଂ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ପ୍ରଶାସନର ବ୍ୟବସ୍ଥାକୁ ନେଇ ଭକ୍ତ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details