ଓଡିଶା

odisha

ETV Bharat / state

ଦୀପାବଳିରେ ପୁରୀକୁ ଆସିପାରିବେନି ଅନ୍ୟ ଜିଲ୍ଲାବାସୀ, ପୟା ଶ୍ରାଦ୍ଧ ନେଇ ପ୍ରଶାସନର କଟକଣା

ଚଳିତ ବର୍ଷ ପୁରୀରେ ପୟା ଶ୍ରାଦ୍ଧ ଉପରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ କଟକଣା ଲଗାଯାଇଛି । କେବଳ ଜିଲ୍ଲାବାସୀ ଦେଇପାରିବେ ପୟା ଶ୍ରାଦ୍ଧ । ଅଧିକ ପଢନ୍ତୁ...

ଦୀପାବଳିରେ ପୁରୀକୁ ଅନ୍ୟ ଜିଲ୍ଲାବାସୀଙ୍କୁ ବାରଣ
ଦୀପାବଳିରେ ପୁରୀକୁ ଅନ୍ୟ ଜିଲ୍ଲାବାସୀଙ୍କୁ ବାରଣ

By

Published : Nov 12, 2020, 5:35 PM IST

Updated : Nov 12, 2020, 7:01 PM IST

ପୁରୀ: ଚଳିତବର୍ଷ କୋରୋନା ମହାମାରୀ କାରଣରୁ ପ୍ରତିଟି ପର୍ବ ପର୍ବାଣୀ ଫିକାପଡୁଛି । ଆଗକୁ ଆସୁଥିବା ଦୀପାବଳି ମଧ୍ୟ ଏଥିପାଇଁ ଫିକା ପଡିବ । ତେବେ ପୁୁରୀରେ ଦୀପାବଳିରେ ପାଳନ ହେଉଥିବା ପୟା ଶ୍ରାଦ୍ଧ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।

ଦୀପାବଳି ଦିନ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ବଡବଡୁଆ ଡାକ ତଥା ପୟା ଶ୍ରାଦ୍ଧରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ତେଣୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ପରମ୍ପରାକୁ ଦୃଷ୍ଟିରେ ରଖି ସିଂହଦ୍ୱାର ନିକଟରେ ଥିବା ଏମାର ମଠ ସ୍ଥାନରେ ଏକ ଛୋଟ ଜାଗା ଚିହ୍ନଟ କରାଯାଇ ଶ୍ରାଦ୍ଧ ପାଇଁ ବ୍ୟବସ୍ଥା କରାଯାଇଛି । ଦୀପାବଳିରେ ପୟା ଶ୍ରାଦ୍ଧ ପାଇଁ କେବଳ ପୁରୀ ଜିଲ୍ଲାବାସୀଙ୍କୁ ଅନୁମତି ଦିଆଯାଇଛି, ଅନ୍ୟ ଜିଲ୍ଲାର ଲୋକଙ୍କ ପ୍ରବେଶ ନିିଷିଦ୍ଧ କରାଯାଇଛି । ତେବେ ଚଳିତ ବର୍ଷ ପୟା ଶ୍ରାଦ୍ଧ ପାଇଁ ଅନ୍ୟ ଜିଲ୍ଲାବାସୀ ପୁରୀକୁ ନଆସିବାକୁ ଏସପି ନିବେଦନ କରିଛନ୍ତି ।

ଦୀପାବଳିରେ ପୁରୀକୁ ଆସିପାରିବେନି ଅନ୍ୟ ଜିଲ୍ଲାବାସୀ


ଶ୍ରୀକ୍ଷେତ୍ରକୁ ଦୀପାବଳି ଦିନ ଦେଶର କୋଣ ଅନୁକୋଣରୁ ହଜାର ହଜାର ଲୋକ ଆସିଥାନ୍ତି । ବିଶ୍ୱାସ ରହିଛି ଯେ, ଏହି ଦିନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି। ସେଥିପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥାଏ । ତେବେ ଚଳିତ ବର୍ଷ କୋଭିଡ ପରିସ୍ଥିତିକୁ ଦେଖି ଶ୍ରୀମନ୍ଦିରରେ ଭିଡ଼ ନ ହେବା ପାଇଁ କଟକଣା କରାଯାଇଛି । ଅନ୍ୟପଟେ ଦୀପାବଳିରେ ମହାପ୍ରଭୁଙ୍କ କୌଣସି ସ୍ୱତନ୍ତ୍ର ନୀତି ନଥିବାବେଳେ କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସମେତ ବାଳଧୂପ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 12, 2020, 7:01 PM IST

ABOUT THE AUTHOR

...view details