ବ୍ରହ୍ମଗିରି: ଚିଲିକା ମଝିରେ ଏକ କୁଦରେ ଅଟକିଲା ଯାତ୍ରୀବାହୀ ଡଙ୍ଗା । ସେଥିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା ବେଳେ କିଛି ବାଇକ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପରେ ଯାତ୍ରୀମାନେ ଡଙ୍ଗାରୁ ଓହ୍ଲାଇ ଡଙ୍ଗାଟିକୁ ଠେଲି ପାଣିକୁ ବାହର କରିବା ପରେ ବହୁ ବିଳମ୍ବରେ ଜହ୍ନିକୁଦା ଘାଟ ପେଣ୍ଠ ନିକଟରେ ପହଞ୍ଚିଛନ୍ତି ।
ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା - ଚିଲିକାରେ ଅଟକିଲା ଡଙ୍ଗା
ସାତପଡ଼ା ଚିଲିକା ମଝିରେ ଏକ କୁଦରେ ଅଟକିଗଲା ୨୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ଯାତ୍ରୀମାନେ ଦୀର୍ଘ ସମୟ ପରେ ପାଣିକୁ ଓହ୍ଲାଇ ଡଙ୍ଗାଟିକୁ ଠେଲି କୁଦରୁ ବାହର କରିବା ପରେ ଜହ୍ନିକୁଦା ଘାଟ ପେଣ୍ଠ ନିକଟରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ
ସୂଚନା ଅନୁସାରେ ସାତପଡ଼ା ଚିଲିକାରେ ଆଜି (ବୁଧବାର) ଅପରାହ୍ନରେ ଗୋଟିଏ ଯାତ୍ରୀବାହୀ ଡଙ୍ଗା ଲାଖିଯାଇଥିବାରୁ ଯାତ୍ରୀମାନେ ହଟହଟା ହୋଇଛନ୍ତି । ଯାତ୍ରୀବାହି ଘାଟ ଡଙ୍ଗାଟି ମଏଁଷା ନାଳ ପାର ହେବାପରେ ଏକ କୁଦରେ ଅଟକି ଯାଇଥିଲା । ଏଥିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଫସିଥିବା ବେଳେ ସେଥିରେ କିଛି ବାଇକ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଡଙ୍ଗାରେ ଥିବା ଯାତ୍ରୀମାନେ ଦୀର୍ଘ ସମୟ ପରେ ପାଣିକୁ ଓହ୍ଲାଇ ଡଙ୍ଗାଟିକୁ ଠେଲି କୁଦରୁ ବାହର କରିଥିଲେ । ତେବେ ଏଠାରେ ବାରମ୍ବାର ଏହିଭଳି ଅଭାବନୀୟ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସାଧାରଣରେ ଅଭିଯୋଗ ହୋଇଛି । ଚିଲିକାରେ ଦୀର୍ଘ ୫ କିମି ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ଇଟିଭି ଭାରତ, ବ୍ରହ୍ମଗିରି