ଓଡିଶା

odisha

ETV Bharat / state

ଚିଲିକା ମଝିରେ ଫସିଲା ଭସାପୋଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - କୁହୁଡ଼ି ହେଲା କାଳ

କୁହୁଡ଼ି ହେଲା କାଳ, ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ । 50 ମିନିଟ ଫସିବା ପରେ ଗନ୍ତବ୍ୟ ସ୍ଥଳରେ ଲାଗିଲା । ଅଧିକ ପଢ଼ନ୍ତୁ

boat stocked at chilika lake
ଚିଲିକାରେ ଫସିଲା ଭସାପୋଲ

By

Published : Jan 16, 2023, 11:37 AM IST

Updated : Jan 16, 2023, 11:59 AM IST

ବ୍ରହ୍ମଗିରି:ଚିଲିକା ମଝିରେ ଫସିଲା ଯାତ୍ରୀବାହି ଭସାପୋଲ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ମଝିରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଥିଲା । ଘନ କୁହୁଡ଼ି ଯୋଗୁଁ ଭସା ପୋଲଟି ଫସିରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:DoT Fest In Bhubaneswar: ଝୁମିଲା ରାଜଧାନୀ, ଗୀତରେ ମତୁଆଲା କଲେ ରନ୍ଧାୱା

ସୂଚନା ଅନୁଯାୟୀ, ସକାଳ 7ଟା 30 ସମୟରେ ଭସା ପୋଲଟି ଯାତ୍ରୀମାନଙ୍କୁ ନେଇ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଯିବାପରେ ହଠାତ୍‌ ପାଣି ମଝିରେ ଫସିଯାଇଥିଲା । ଭସା ପୋଲ ଉପରେ 40ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବାବେଳେ ୧୫ଟି ବାଇକ ଓ ଗୋଟେ ଅଟୋ ରହିଥିଲା । ପ୍ରାୟ 50 ମିନିଟ ହେବ ଚିଲିକା ମଝିରେ ଫସି ରହିଥିଲା । ଭସାପୋଲ ଚ୍ୟାନେଲରୁ ଅନ୍ୟତ୍ର ଚାଲିଯିବା ଫଳରେ ମଝି ଚିଲିକାରେ ଫସି ରହିଥିଲା । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା । କୁହୁଡ଼ି କମିବା ପରେ ଭସାପୋଲ ଟ୍ରାକକୁ ଆସି ନିଜ ଗନ୍ତବ୍ୟ ସ୍ଥଳରେ ଲାଗିଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ସମ୍ପ୍ରସାରଣ ହେବ ଅନୁଗୋଳ ଏନଏଚ୍-୫୩, ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବାକୁ ୧୭୪ କୋଟି ମଞ୍ଜୁର

ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଯାତାୟାତରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ନିକଟରେ ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । ଯିବା ସମୟରେ ହଠାତ୍‌ ଚିଲିକା ମଝିରେ ଡଙ୍ଗାଟି ଅଟକି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ସମସ୍ତ ଶ୍ରଦ୍ଧାଳୁ ଭୟଭୀତ ହୋଇପଡ଼ିଥିଲେ ।

ଡଙ୍ଗାରେ ପ୍ରାୟ 25ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଥିଲେ । ଘଟ କୁହୁଡ଼ି କାରଣରୁ ଡଙ୍ଗାର ଗତି ଜଣାପଡ଼ିନଥିବାରୁ ପାଣିରେ କିଛି ସମୟ ଯାଏଁ ଫସି ରହିଥିଲା । ଏହାପରେ ଡଙ୍ଗାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଚିଲିକା ମଝିରେ ଡଙ୍ଗା ଫସିବା ଘଟଣା ସାମ୍ନାକୁ ଆସିଛି । ଯାହା ଭକ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 16, 2023, 11:59 AM IST

ABOUT THE AUTHOR

...view details