ଓଡିଶା

odisha

ETV Bharat / state

ନେପାଳ ପଶୁପତିନାଥ ଓ ଗୁହୈଶ୍ୱରୀ ମନ୍ଦିରରେ ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର - pashupatinath temple

Parikrama Project: ନେପାଳ କାଠମାଣ୍ଡୁର ପଶୁପତିନାଥ ଓ ଗୁହୈଶ୍ୱରୀ ଶକ୍ତିପୀଠର ପ୍ରମୁଖଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ପୁରୀରୁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀମାନେ ଏହି ଦୁଇ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

parikrama project invitation
ନେପାଳରେ ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

By ETV Bharat Odisha Team

Published : Dec 30, 2023, 10:05 PM IST

ନେପାଳରେ ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ପୁରୀ:ନେପାଳରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର। ଦେଶ ବାହାରର ବିଭିନ୍ନ ପ୍ରମୁଖ ମନ୍ଦିରମାନଙ୍କର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି। ଏହି କ୍ରମରେ ନେପାଳ କାଠମାଣ୍ଡୁର ପଶୁପତିନାଥ ଓ ଗୁହୈଶ୍ୱରୀ ଶକ୍ତିପୀଠର ପ୍ରମୁଖଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ପୁରୀରୁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀମାନେ ଏହି ଦୁଇ ମନ୍ଦିରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେବାୟତ ଓ ଅଧିକାରୀମାନେ ସେମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଲୋକାର୍ପଣରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ତେବେ ପ୍ରମୁଖ ଦେବ ପୀଠ ଗୁଡିକର ନିମନ୍ତ୍ରଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୨ ଦିନ ଭିତରେ ସବୁ ସେବାୟତ ପ୍ରତିନିଧି ମଣ୍ଡଳୀ ପୁରୀ ପ୍ରତ୍ୟାବର୍ତ୍ତନ କରିବେ। ମହାପ୍ରଭୁଙ୍କ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।


ଜାନୁଆରୀ 17 ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଲୋକାର୍ପିତ ଏଥିପାଇଁ ଗତ 26 ତାରିଖରେ ବଡଦାଣ୍ଡରେ ଥିବା ନିଳାଦ୍ରୀ ଭକ୍ତ ନିବାସରୁ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଗସ୍ତ କରି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଥଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥଲେ। ପରେ ନିମନ୍ତ୍ରଣ ପାଇଁ ଗଠନ ହୋଇଥିବା ସ୍ଵତନ୍ତ୍ର ଟିମ୍ ରାଜ୍ୟ ତଥା ଦେଶର ବିଭିନ୍ନ ଧର୍ମ ପୀଠ, ମନ୍ଦିରକୁ ଯାଇ ନିମନ୍ତ୍ରଣ କରିଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା। ଓଡ଼ିଶାରେ 13ଟି ଟିମ୍ ଓ ଦେଶ ଭ୍ରମଣ ପାଇଁ 17ଟି ଟିମ୍ ଗଠନ ହୋଇଥଲା। ଦେଶର ପ୍ରମୁଖ ଧର୍ମ ପୀଠ ଓ ଧର୍ମ ଗୁରୁଙ୍କୁ ନିମନ୍ତ୍ରଣ କରାଯାଇଛି। ସବୁ ଟିମ୍ ସହିତ ନୋଡାଲ ଅଫିସର ପରିଚଳନା କରିଥିଲେ। ସକାଳୁ ଧାର୍ଯ୍ୟ ହୋଇଥିବା ଶୁଭ ମୁହୁର୍ତ୍ତରେ ପୂଜାର୍ଚ୍ଚନା ପରେ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହେଇଥିଲା।

ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ନୃସିଂହନାଥ ଏବଂ ଦଧିବାମନ ମନ୍ଦିରରେ ନିମନ୍ତ୍ରଣ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବରିଷ୍ଠ ସେବାୟତମାନେ ଉପସ୍ଥତ ରହି ନିମନ୍ତ୍ରଣ ଯାତ୍ରାର ଶୁଭାରମ୍ଭ କରିଥଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି, " ପରିକ୍ରମାମାର୍ଗ ଲୋକାର୍ପଣ ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରାଯିବ। ଏଥିରେ ସବୁ ଦିଗକୁ ଧ୍ୟାନ ଦିଆଯାଇ ସ୍ମରଣୀୟ କରାଯିବ। ପ୍ରଥମେ ବିଭିନ୍ନ ଧର୍ମ ପୀଠକୁ ନିମନ୍ତ୍ରଣ ପରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ। ତେବେ ନିମନ୍ତ୍ରଣ ପାଇଁ ସ୍ଵତନ୍ତ୍ର କିଟ୍ ହୋଇଛି । ଏକ ସୁନ୍ଦର ନିମନ୍ତ୍ରଣ ପତ୍ର ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି କପଡ଼ା, ମହାପ୍ରସାଦ, ତୁଳସୀ, ପରିକ୍ରମା ମାର୍ଗର ତଥ୍ୟ ଥିବା ଏକ ପୁସ୍ତକ ଏହି କିଟରେ ରହିଛି।" ତେବେ ମହାପ୍ରଭୁଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ଵାନ ଦିଆଯାଇଛି।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details