ବ୍ରହ୍ମଗିରି: ପୁରୀ ଜିଲ୍ଲା କରମଳା ସ୍ଥିତ ଅଭିରାମ ପରମହଂସଙ୍କ ଆଶ୍ରମରେ 3 ଦିନ ଧରି ଚାଲିଥିବା ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଛି। ଅଭିରାମ ଏକାଧାରରେ ଜଣେ ସ୍ବାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ଜଣେ ଦିଗଦର୍ଶକ ଥିଲେ। ସେ ପିଲାଟି ଦିନରୁ ଆଧ୍ୟାତ୍ମିକତା ଦିଗରେ ଅନୁପ୍ରାଣିତ ହୋଇଥିଲେ।
ସରିଲା ପରମହଂସଙ୍କ ଜୟନ୍ତୀ ଉତ୍ସବ ପାଳନ - Paramahansa's birth anniversary
ପୁରୀ ଜିଲ୍ଲା କରମଳା ସ୍ଥିତ ଅଭିରାମ ପରମହଂସଙ୍କ ଆଶ୍ରମରେ 3 ଦିନ ଧରି ଚାଲିଥିବା ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଛି। ଅଧିକ ପଢନ୍ତୁ...
![ସରିଲା ପରମହଂସଙ୍କ ଜୟନ୍ତୀ ଉତ୍ସବ ପାଳନ ସରିଲା ପରମହଂସଙ୍କ ଜୟନ୍ତୀ ଉତ୍ସବ ପାଳନ](https://etvbharatimages.akamaized.net/etvbharat/prod-images/768-512-10605873-21-10605873-1613180471923.jpg)
ସରିଲା ପରମହଂସଙ୍କ ଜୟନ୍ତୀ ଉତ୍ସବ ପାଳନ
ସରିଲା ପରମହଂସଙ୍କ ଜୟନ୍ତୀ ଉତ୍ସବ ପାଳନ
ସେ ବ୍ରହ୍ମଗିରିରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସାରା ଓଡିଶାରେ ଚାଲି ଚାଲି ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା ସହିତ ଧର୍ମ ପ୍ରଚାର କରିଥିଲେ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଜନ୍ମ ଜୟନ୍ତୀକୁ କରମଳା ସ୍ଥିତ ଶାନ୍ତି ଆନନ୍ଦ ଆଶ୍ରମରେ ଧୁମଧାମରେ ପାଳନ କରାଯାଏ । କୋଭିଡ ନିୟମକୁ ମାନି ଚଳିତ ବର୍ଷ ଏହି ଜୟନ୍ତୀ ଉତ୍ସବକୁ ସଙ୍କୁଚିତ କରାଯାଇଥିଲା।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ