ଓଡିଶା

odisha

By

Published : Feb 27, 2022, 1:00 PM IST

ETV Bharat / state

ବାବା ଲୋକନାଥଙ୍କ ପଙ୍କୋଦ୍ଧାର ନୀତି ସମ୍ପର୍ଣ୍ଣ

ବାବା ଲୋକନାଥ ଦେବଙ୍କ ପଙ୍କଉଦ୍ଧାର ନୀତି ସମ୍ପର୍ଣ୍ଣ ହୋଇଛି । ଶୃଙ୍ଖଳିତ ନୀତି ଓ ଭକ୍ତଙ୍କ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

panka uddhar ritual of lokanath dev temple in puri
ପ୍ରଭୁ ଲୋକନାଥଙ୍କର ପଙ୍କୋଦ୍ଧାର ନୀତି ସମ୍ପର୍ଣ୍ଣ

ପୁରୀ:ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ନୀତି ସମ୍ପର୍ଣ୍ଣ ହୋଇଛି । ଏହି ଦିନ ପ୍ରଭୁ ଲୋକନାଥ ଦେବଙ୍କ ଶ୍ରୀଅଙ୍ଗରେ ବର୍ଷ ତମାମ ଜମି ରହିଥିବା ପାଦୁକ କଢ଼ାଯାଇଥାଏ । ବର୍ଷକେ ଏହି ଦିନରେ କେବଳ ଭକ୍ତମାନେ ଶିବଲିଙ୍ଗକୁ ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି । ତେବେ ଶୃଙ୍ଖଳିତ ନୀତି ଓ ଭକ୍ତଙ୍କ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରଭୁ ଲୋକନାଥଙ୍କର ପଙ୍କୋଦ୍ଧାର ନୀତି ସମ୍ପର୍ଣ୍ଣ

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀ ସ୍ଥିତ ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆଜି ପଙ୍କଉଦ୍ଧାର ତଥା ପଙ୍କୁଉଜୁଳା ନୀତି କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିଛନ୍ତି ।

ସେହିପରି ସ୍ବତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ପ୍ରଭୁ ଲୋକନାଥ ଦେବଙ୍କୁ ଦର୍ଶନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କୁ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ଶ୍ରଦ୍ଧାଳୁଙ୍କୁ ସୁଯୋଗ ମିଳିଥାଏ । ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ବା ମନ୍ଦିରରେ ପଙ୍କୋଦ୍ଧାର ରୀତିନୀତି ନଥିବା ଜଣାପଡ଼ିଛି ।

ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ବତନ୍ତ୍ର ନୀତି କରାଯାଇଥାଏ । ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ବିଳମ୍ବିତ ରାତି ୨ଟାରୁ ମନ୍ଦିର ଦ୍ବାର ଖୋଲି ବିଭିନ୍ନ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିଲା । ସକାଳ ୮ ଟାରୁ ମଧ୍ୟାହ୍ନ 12ଟା ଯାଏ ପଙ୍କୋଦ୍ଧାର ନୀତି କରାଯାଇଥିଲା । ଏହାପରେ ସାଧାରଣ ଦର୍ଶନ ନେଇ ବ୍ୟବସ୍ଥା ହୋଇଛି । ପଙ୍କୋଦ୍ଧାର ଏକାଦଶୀ ପାଇଁ ୨ହଜାର ଓ ଜାଗର ଯାତ୍ରା ପାଇଁ ୪ ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେଉଛି ଏବଂ ଟିକେଟ ଦାମ ୧୦୦ ଟଙ୍କା ରଖାଯାଇଛି ।

ଆସନ୍ତା ୧ ତାରିଖ ମଙ୍ଗଳବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ବାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସ‌ହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details