ଓଡିଶା

odisha

ETV Bharat / state

ପଞ୍ଚୁକ 3ୟ ଦିନ: ତିନିଠାକୁରଙ୍କ ତ୍ରିବିକ୍ରମ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ - ପୁରୀ ନ୍ୟୁଜ

କାର୍ତ୍ତିକ ମାସର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ। ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଛୁଟିଛି ସୁଅ ।

panchuka

By

Published : Nov 10, 2019, 10:06 AM IST

ପୁରୀ: କାର୍ତ୍ତିକ ମାସର ଆଜି ତ୍ରୟୋଦଶୀ ତିଥି । ମହାପ୍ରଭୁଙ୍କ ଆଜିର ଦିନରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଠାକୁରମାନେ ସୁଵର୍ଣ୍ଣର ବିଭିନ୍ନ ଅଳଙ୍କାର ଧାରଣ କରିଥାନ୍ତି ।

ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ତିନି ଠାକୁର ତ୍ରିବିକ୍ରମ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶରେ ଠାକୁରମାନେ ଚୂଳ ଧାରଣ କରିଥାନ୍ତି । ଏହି ଚୂଳରେ ସ୍ଵର୍ଣ୍ଣର ଅଳଙ୍କାର ଭଳି ସୋଲର ଡାଲି ଲାଗି କରାଯାଇ ଥାଏ । ଏଥିସହିତ ସୁବର୍ଣ୍ଣ ମଧ୍ୟ ଲାଗି ହୋଇଥାଏ । ଏହି ବେଶ ଅତ୍ୟନ୍ତ ଚିତାକର୍ଷକ । ଏହି ବେଶ ଅବକାଶ ନୀତି ପରେ ହୋଇଥାଏ । ଭକ୍ତମାନେ ଏହି ବେଶକୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ।

ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ତେବେ ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details