ଓଡିଶା

odisha

ETV Bharat / state

ଆଜିଠୁ ଆରମ୍ଭ ପଞ୍ଚୁକ, ଉତ୍ସବମୁଖର ପୁରୀରୁ ପୁରପଲ୍ଲୀ - ପୁରୀରେ ପଞ୍ଚୁକ

ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଏହି ପଞ୍ଚୁକ 5ଦିନ ନିଷ୍ଠାପର ସହିତ ପାଳନ କଲେ ଅନନ୍ତ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ । କାର୍ତ୍ତିକର ଏହି ପାଞ୍ଚଦିନକୁ ଯପ ତପ ଧ୍ୟାନରେ କାଟିଲେ ମିଳିଥାଏ କୋଟି ପୁଣ୍ୟ ।

panchuk

By

Published : Nov 8, 2019, 9:06 AM IST

Updated : Nov 8, 2019, 9:56 AM IST

ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ। ଆଜିର ଦିନରେ ଶ୍ରୀମନ୍ଦିରରେ ପାଳନ ହେଉଛି ହରି ଉଥାପନ ଏକାଦଶୀ। ଏହି ଅବସରରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଏଣୁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଯାହାକୁ ନେଇ ଶ୍ରୀକ୍ଷେତ୍ର ଆଜି ଚଳଚଞ୍ଚଳ ।

ଆରମ୍ଭ ହେଲା ପଞ୍ଚୁକ ବ୍ରତ, ମହାପ୍ରଭୁଙ୍କ ଲକ୍ଷ୍ନୀନାରାୟଣ ବେଶ

ଆଜି ଅବକାଶ ନୀତି ପରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ବେଶ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ। ବିଶ୍ଵାସ ରହିଛି ଏହି ବେଶ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ତେବେ ପଞ୍ଚୁକ ବ୍ରତକୁ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ରାଜ୍ୟ ତଥା ରାଜ୍ୟ ବାହାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ବାର ଠାରୁ ଶ୍ରୀନଅର ଯାଏଁ ବ୍ୟାରିକେଟ କରାଯାଇଛି। ଭକ୍ତମାନେ ବ୍ୟାରିକେଟ ଦେଇ ମନ୍ଦିରକୁ ପ୍ରବେଶ କରୁ ଛନ୍ତି। ସେହିପରି ବାଇଶି ପାହାଚ ,କୀର୍ତ୍ତନ ଚକଡା ଓ ପରେ ମନ୍ଦିର ଭିତରେ ବ୍ୟାପକ ପୋଲିସ ମୁତୟତ ରହି ଭକ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି।

ଲକ୍ଷ୍ମୀନାରାୟଣ ବେଶ


ପଞ୍ଚୁକ ଅବସରରେ 30 ପ୍ଲାଟୁନ ପୋଲିସ ଫୋର୍ସ ଉଭୟ ମନ୍ଦିର ଭିତରେ ଓ ବାହାରେ ମୁତୟତ ରହିବେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 8, 2019, 9:56 AM IST

ABOUT THE AUTHOR

...view details