ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ରାଜନୈତିକ ଉଷ୍ମତା । କିଏ ଜିତିବ କିଏ ହାରିବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା କରୁଛନ୍ତି ରଣନୀତି । ସେହିଭଳି କେଉଁ ମୁଦ୍ଦାକୁ ନେଇ ନିର୍ବାଚନ ଲଢିବେ ଓ କିଭଳି ବିପକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ୍ କରିବେ ତାକୁ ନେଇ କରୁଛନ୍ତି ବ୍ଲୁପ୍ରିଣ୍ଟ ।
Panchayat Poll:ବାଲି ଗୁଆଳି ପଞ୍ଚାୟତରେ ଭୋଟରଙ୍କ ମୁଡ୍ ପରଖିଲା ଇଟିଭି ଭାରତ - ପୁରୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ
ପୁରୀ ସଦର ବ୍ଳକ ବାଲି ଗୁଆଳି ପଂଚାୟତରେ ନିର୍ବାଚନର ହାଲଚାଲ କିଭଳି ରହିଛି ତାହା ପରଖିଛି ଇଟିଭି ଭାରତ ଟିମ । ଅଧିକ ପଢନ୍ତୁ
Panchayat Poll: ପୁରୀ ଆଳି ପଂଚାୟତରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ
Panchayat Poll:ବାଲିଗୁଆଳି ପଞ୍ଚାୟତରେ ଭୋଟରଙ୍କ ମୁଡ୍ ପରଖିଲା ଇଟିଭି ଭାରତ
ପୁରୀ ସଦର ବ୍ଳକ ବାଲି ଗୁଆଳି ପଞ୍ଚାୟତରେ ଥିବା ବିଭିନ୍ନ ମୌଳିକ ସମସ୍ୟା ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଗରିବଙ୍କୁ ପକ୍କା ଘର, ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ୟାକୁ ମୁଦ୍ଦା କରି ଭୋଟ ଭିକ୍ଷା କରୁଛନ୍ତି । ଗାଁରେ ଥିବା ସମସ୍ୟା କଣ ସମାଧାନ ହୋଇଛି ଓ କି ସମସ୍ୟା ସମାଧାନ ହୋଇନି ତାକୁ ନେଇ ସମୀକ୍ଷା କରି ପ୍ରାର୍ଥୀଙ୍କୁ ଜଣାଉଛନ୍ତି । ଅନ୍ୟପଟେ ଅନେକ ବ୍ୟକ୍ତି ସରପଞ୍ଚ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଯେଉଁ ପ୍ରାର୍ଥୀ ପୂର୍ବରୁ ଲୋକଙ୍କ ସହ ରହି ସୁଖଦୁଃଖର ସମସ୍ୟା ବୁଝିଛି ସେହି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବେ ବୋଲି ଭୋଟର କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2022, 1:51 PM IST