ଓଡିଶା

odisha

ETV Bharat / state

କପିଳେଶ୍ବରପୁର ପାଳିଲା ଓଡ଼ିଆ ଭାଗବତ ରଚୟିତାଙ୍କ ଜୟନ୍ତୀ - ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ

ଓଡ଼ିଆ ଭାଗବତର ରଚୟିତା ପଞ୍ଚସଖା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମମାଟି କପିଳେଶ୍ବରପୁର ଗ୍ରାମରେ  ପାଳିତ ହୋଇଛି । ଏହି ଅବସରରେ ଅତିବଡ଼ିଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚିତ ହୋଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମଗିରି

By

Published : Sep 6, 2019, 9:45 PM IST

ବ୍ରହ୍ମଗିରି: ଜନ୍ମ ମାଟିରେ ପାଳିତ ହୋଇଯାଇଛି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ । ଓଡ଼ିଆ ଭାଗବତର ରଚୟିତା ପଞ୍ଚସଖା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମ ମାଟିରେ ମହା ସମାରୋହରେ ପାଳିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମଗିରି

ପୁରାଣ ଯୁଗର ପଞ୍ଚସଖା ତଥା ଓଡ଼ିଆ ଭାଗବତର ରଚୟିତା ମହାନ କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ନିଜ ଜନ୍ମମାଟି କପିଳେଶ୍ବରପୁର ଗ୍ରାମରେ ପାଳିତ ହୋଇଛି । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସମାରୋହରେ ଯୋଗଦେଇ ଅତିବଡ଼ି ଙ୍କ ମହାନତା ଉପରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଅତିବଡ଼ିଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ ହେବା ସହ ଅଞ୍ଚଳର କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details