ଓଡିଶା

odisha

ETV Bharat / state

Bahuda yatra 2023: ସରିଲା ବିଶ୍ବନିୟନ୍ତାଙ୍କ ପହଣ୍ଡି ନୀତି, ରଥାରୂଢ ହେଲେ ତିନିଠାକୁର - ବାହୁଡାଯାତ୍ରା ନେଇ ସରିଲା ପହଣ୍ଡି ନୀତି

ବିଶ୍ବନିୟନ୍ତାଙ୍କ ବାହୁଡା ଯାତ୍ରା ପାଇଁ କମୁଛି ଶ୍ରୀକ୍ଷେତ୍ର । ପବିତ୍ର ବାହୁଡାଯାଯାତ୍ରା ପାଇଁ ପହଣ୍ଡି ବିଜେ ନୀତି ସମ୍ପର୍ଣ୍ଣ ପରେ ରଥାରୁଢ ହୋଇଛନ୍ତି ତିନିଠାକୁର । ଅଧିକ ପଢନ୍ତୁ

ସରିଲା ବିଶ୍ବନିୟନ୍ତାଙ୍କ ପହଣ୍ଡି
Bahuda yatra 2023

By

Published : Jun 28, 2023, 11:01 AM IST

ପୁରୀ: କରି କରାଉ ଥାଉ ତୁହି... ତା ବିନୁ ଅନ୍ୟ ଗତି ନାହିଁ... କୋଟି କୋଟି ପ୍ରଣାମ ଆହେ ମଣିମା ଭକ୍ତ ଉପରେ ରଖିଥାଅ ସଦା ତୁମ ଆଶୀର୍ବାଦ । ଆଜି ବିଶ୍ବ ନିୟନ୍ତାଙ୍କ ବାହୁଡାଯାତ୍ରା । ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥିରେ ଭାଇ ଉଭଣୀଙ୍କ ସହ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାବାହୁ । ବିଶ୍ବ ନିୟନ୍ତାଙ୍କ ବାହୁଡା ଯାତ୍ରା ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ପବିତ୍ର ବାହୁଡା ଯାତ୍ରା ନେଇ ନୀତିକାନ୍ତି ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିରେ ମହାବାହୁ୍ଙ୍କ ପହଣ୍ଡି ବିଜେ ନୀତି ଶେଷ ହୋଇଛି । ରଥକୁ ବିଜେ କରିଛନ୍ତି ଚକ୍ରଧର ସୁଦର୍ଶନଙ୍କ ସମେତ ତିନି ଠାକୁର ।

ନବଦିନାତ୍ମକ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଘଣ୍ଟଘଣ୍ଟା ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚାରେ ବାହୁଡା ଯାତ୍ରା ନେଇ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରଧର ସୁଦର୍ଶନ ଦେବଦଳନ ରଥରେ ବିଜେ କରିଥିଲେ । ଏହା ପରେ ବଡଭାଇ ପ୍ରଭୁ ବଳଭଦ୍ର ଦେବଦଳନ ରଥରେ ବିରାଜମାନ ହୋଇଥିଲେ । ଏହା ପରେ ସୁନାନାକି ଭଉଣୀ ହଳଦୀମୁହିଁ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଦର୍ପଦଳନ ରଥରେ ବିରାଜମାନ ହୋଇଥିଲେ ।

ଦେବୀ ସୁଭଦ୍ରାଙ୍କ ପରେ ଜଗାର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ଟାହିଆ ହଲାଇ ଗହଳି ଲଗାଇ ଝୁଲି ଝୁଲି ରଥକୁ ଆସିଥିଲେ ଜଗତର ନାଥ ଜଗନ୍ନାଥ । ଚକାଆଖିରେ ଭକ୍ତଙ୍କ ଗହଳିରେ ଦାଇତାପତିଙ୍କ ଦେହରେ ଘଷି ଘଷି ଟାହିଆକୁ ହଲେଇ ହଲେଇ ଝୁଲି ଝୁଲି ନନ୍ଦିଘୋଷ ରଥରେ ବିଜେ କରିଛନ୍ତି କାଳିଆ ସାଆନ୍ତେ । ସେ ଅପୂର୍ବ ଦୃଶ୍ୟ ଦେଖି କୃତ୍ୟ କୃତ୍ୟ ହୋଇଛି ଭକ୍ତ । ଭାବର ଠାକୁର ଭାବବିନୋଦିଆକୁ ନନ୍ଦିଘୋଷ ରଥରେ ଦେଖି ଭକ୍ତ ଆଖିରୁ ଝରି ଯାଇଛି ଲୁହ । ଆହା କି ଅପୂର୍ବ ସୁନ୍ଦରମୟ ସେ ଦୃଶ୍ୟ ।

ଏହା ବି ପଢନ୍ତୁ...Bahuda yatra 2023: ପହଣ୍ଡି ଆରମ୍ଭ, ଶରଧାବାଲିରେ ନୃତ୍ୟରେ ନିମଗ୍ନ ନୃତ୍ୟଶିଳ୍ପୀ

ଏହା ବି ପଢନ୍ତୁ...Bahuda yatra 2023: ସରିଲା ମା’ ସୁଭଦ୍ରାଙ୍କ ପହଣ୍ଡି, ଦର୍ପଦଳନରେ ବିରାଜିଲେ ଦେବୀ ସୁଭଦ୍ରା

ଛପନ ଭୋଗ ଖିଆ ଠାକୁର ଆଜି 9ଟି ଖେଚୁଡି, ଶାଗ ଭଜା,ପିଠା ଖାଇ ଶ୍ରୀମନ୍ଦିର ଫେରିଯିବେ । ଆଉ କିଛି ସମୟ ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ଅପରାହ୍ନ 4ଟାରେ ରଥଟଣା ହେବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ତିନିଠାକୁରଙ୍କ ରଥ ଟାଣିବାକୁ ବ୍ୟାକୁଳ ହେଲାଣି ଭକ୍ତ ମନ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details