ପୁରୀ: ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା’ ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯାଉଛି ।
ପହଣ୍ଡିରେ ଆସୁଛନ୍ତି ବଡଠାକୁର ବଳଭଦ୍ର ଓ ମା' ସୁଭଦ୍ରା - balabhadra
ପହଣ୍ଡିରେ ଆସୁଛନ୍ତି ବଡ ଠାକୁର ବଳଭଦ୍ର । ଘଣ୍ଟଘଣ୍ଟାର ଶବ୍ଦରେ ବଡଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
![ପହଣ୍ଡିରେ ଆସୁଛନ୍ତି ବଡଠାକୁର ବଳଭଦ୍ର ଓ ମା' ସୁଭଦ୍ରା](https://etvbharatimages.akamaized.net/etvbharat/prod-images/768-512-3815380-1056-3815380-1562907025519.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଅନ୍ୟପକ୍ଷରେ ମା' ସୁଭଦ୍ରା ମଧ୍ୟ ସେବାୟତଙ୍କ କାନ୍ଧରେ ପହଣ୍ଡି ହୋଇ ଆସୁଛନ୍ତି । ବାହୁଡା ଯାତ୍ରା ଅବସରରେ ବଡଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଥିବା ବେଳେ ଘଣ୍ଟଘଣ୍ଟାର ଶବ୍ଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ