ଓଡିଶା

odisha

ETV Bharat / state

ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର - ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର(Padmashri rajat Kar) । ପୁରୀ ସ୍ଵର୍ଗଦ୍ୱାରରେ ସମ୍ପନ୍ନ ହେଲା ରଜତ କରଙ୍କ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର
ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର

By

Published : May 9, 2022, 1:54 PM IST

Updated : May 9, 2022, 2:31 PM IST

ପୁରୀ:ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର । ପୁରୀ ସ୍ଵର୍ଗଦ୍ୱାରରେ ସମ୍ପନ୍ନ ହେଲା ରଜତ କରଙ୍କ ଅନ୍ତିମ ସଂସ୍କାର । ଗାର୍ଡ ଅଫ ଅନର ସହ ବିଦାୟ ନେଇଛନ୍ତି ପଦ୍ମଶ୍ରୀ ରଜତ କର । ବଡ଼ ପୁଅ ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ଶେଷକୃତ୍ୟ ପୂର୍ବରୁ ନୟାପଲ୍ଲୀସ୍ଥିତ ରଜତ କର ବାସଭବନରେ ଶେଷ ଦର୍ଶନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ ଲାଗିଥିଲା ।

ପୁରୀ ସ୍ୱର୍ଗଦ୍ୱାରରେ ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ବହୁ ମାନ୍ୟବ୍ୟକ୍ତି ମଧ୍ୟ ଶେଷ ଦର୍ଶନ କରିଥିଲେ । ଅନ୍ତିମ ସଂସ୍କାର ସମୟରେ ସ୍ବର୍ଗଦ୍ବାର ଲୋକାରଣ୍ୟ ହୋଇଯାଇଥିଲା । ପଦ୍ମଶ୍ରୀ ରଜତ କରଙ୍କ ମୃତ୍ୟୁ ଓଡିଶା କଳା ସଂସ୍କୃତି କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ସମସ୍ତ ମହଲରେ ଚର୍ଚ୍ଚା ।

ରଜତକର ଏକାଧାରରେ ଜଣେ ସାହିତ୍ୟିକ, ଭାଷ୍ୟକାର, ବ୍ୟାଖାକାର ଥିଲେ । ଜଗନ୍ନାଥ ସଂସ୍କୃତିର ଗବେଷକ ଓ ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଠ ବ୍ୟାଖାକାର ଥିଲେ । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୨୦୨୧ରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 9, 2022, 2:31 PM IST

ABOUT THE AUTHOR

...view details