ପୁରୀ:ଜିଲ୍ଲାକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆଗମନକୁ ପୂରିଛି ଶହେ ବର୍ଷ । ଏହି ସୁବର୍ଣ୍ଣ ଦିନକୁ ସ୍ମରଣ କରି ପୁରୀ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ପୁରୀ ରଲେୱେ ଷ୍ଟେସନରୁ ଏକ ପଦଯାତ୍ରା ଆରମ୍ଭ ହୋଇଛି ।
ବାପୁ ସ୍ଵାଧୀନତା ସଂଗ୍ରାମକୁ ନେଇ ପୁରୀରେ ଆୟୋଜିତ ଏକ ବିରାଟ ଜନସଭାରେ ଉଦବୋଧନ ଦେଇଥିଲେ । ତେବେ ପୁରୀକୁ ଗାନ୍ଧୀଜୀଙ୍କ ଆଗମନର ଶତବାର୍ଷିକୀ ଅବସରରେ ପୁରୀ ବିକାଶ ପରିଷଦ ପକ୍ଷରୁ ଗାନ୍ଧୀଜୀଙ୍କ ସ୍ମୃତିରେ ଶୁକ୍ରବାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରଥମେ ସକାଳୁ ପୁରୀ ରେଲୱେ ଷ୍ଟେସନରୁ ଏକ ରାଲି ବାହାରି ବଡ଼ ଦାଣ୍ଡ ଦେଇ ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।