ଓଡିଶା

odisha

By

Published : Sep 5, 2022, 6:39 PM IST

Updated : Sep 5, 2022, 7:01 PM IST

ETV Bharat / state

ନାଲି ପିମ୍ପୁଡି ଆତଙ୍କ, ମେଡ଼ିକାଲ ଟିମ୍ ପହଞ୍ଚି ସ୍ପ୍ରେ କରିବା ସହ ଓୟୁଏଟି ଗଲା ସାମ୍ପୁଲ

ପୁରୀ ପିପିଲି ଚନ୍ଦ୍ରାଦେଇ ପୁରରେ ନାଲି ପିମ୍ପୁଡ଼ି ଆତଙ୍କ(Red Ant Terror In Pipili) ଘଟଣାକୁ ନେଇ ପରିସ୍ଥିତି ଅନୁଧ୍ୟାନ କଲେ ଓୟୁଏଟିର ୪ ଜଣିଆ ପ୍ରତିନିଧି ଦଳ । ସେପଟେ ଘର ପାଖରେ ଜଙ୍ଗଲିଆ ପରିବେଶ ପାଇଁ ପିମ୍ପୁଡ଼ି ବଂଶ ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି ଓୟୁଏଟିର ମୁଖ୍ୟ ବୈଜ୍ଞାନିକ । ଅଧିକ ପଢନ୍ତୁ

ନାଲି ପିମ୍ପୁଡି ଆତଙ୍କ ,ମେଡ଼ିକାଲ ଟିମ୍ ପହଞ୍ଚି ସ୍ପ୍ରେ କରିବା ସହ ଓୟୁଏଟି ଗଲା ସାମ୍ପୁଲ
ନାଲି ପିମ୍ପୁଡି ଆତଙ୍କ ,ମେଡ଼ିକାଲ ଟିମ୍ ପହଞ୍ଚି ସ୍ପ୍ରେ କରିବା ସହ ଓୟୁଏଟି ଗଲା ସାମ୍ପୁଲ

ପୁରୀ: ପିପିଲି ଚନ୍ଦ୍ରାଦେଇ ପୁରରେ ନାଲି ପିମ୍ପଡି ଆତଙ୍କ । ବ୍ରାହ୍ମଣ ସାହିରେ ପିମ୍ପୁଡ଼ି ଘଉଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ପିମ୍ପୁଡ଼ି ମାରିବା କାମ ଆରମ୍ଭ କରିଛନ୍ତି । ବିଡ଼ିଓ, ପେଷ୍ଟ କଣ୍ଟ୍ରୋଲର, ଓୟୁଏଟି 4ଜଣିଆ ପ୍ରତିନିଧିଟିମ୍ ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି । ଘର ପାଖରେ ଜଙ୍ଗଲିଆ ପରିବେଶ ପାଇଁ ପିମ୍ପୁଡ଼ି ବଂଶ ବୃଦ୍ଧି ର ମୁଖ୍ୟ କାରଣ ହୋଇଥିବା ବେଳେ ଘଟଣା ସ୍ଥଳରୁ ପିମ୍ପୁଡ଼ି ସଂଗ୍ରହ କରି ନିଆଯାଇଛି । ତେବେ ପରୀକ୍ଷା ନିରୀକ୍ଷା ପରେ ଏହା କେଉଁ ପ୍ରଜାତିର ଜଣାପଡିବା ସହ ଏହାର ନିରାକରଣ ପାଇଁ ବାଟ ବାହାରିବା ବୋଲି କହିଛନ୍ତି ଓୟୁଏଟିର ବୈଜ୍ଞାନିକ ।

ନାଲି ପିମ୍ପୁଡି ଆତଙ୍କ, ମେଡ଼ିକାଲ ଟିମ୍ ପହଞ୍ଚି ସ୍ପ୍ରେ କରିବା ସହ ଓୟୁଏଟି ଗଲା ସାମ୍ପୁଲ

ସୂଚନା ଅନୁଯାୟୀ,ଚନ୍ଦ୍ରାଦେଇପୁର ବ୍ରାହ୍ମଣୀ ସାହିରେ ଆତଙ୍କ ଖେଳାଇଛନ୍ତି ନାଲି ପିମ୍ପୁଡି(Red Ant Terror In Pipili) । ୨୦ ଦିନ ହେବ ଗାଁରେ ବଢ଼ିଚାଲିଛି ପିମ୍ପୁଡିର ଦ୍ରୌରାତ୍ମ୍ୟ । ଘରଦ୍ବାର, ରାସ୍ତାଘାଟ ସବୁଠି ମାଳ ମାଳ ପିମ୍ପୁଡି ଚାଲୁଛନ୍ତି । ଯାହାଫଳରେ ଲୋକେ ଠିକ୍‌ରେ ଖାଇ ପାରୁନାହାନ୍ତି କି ଶୋଇ ପାରୁନାହାନ୍ତି । ଗାଁ ବାହାରକୁ ଯିବାକୁ ହେଲେ ଲୋକେ ଗୋଡ଼ରେ ପଲିଥିନ୍ ବାନ୍ଧି ଯାଉଛନ୍ତି । ତେଣୁ ଏନେଇ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ପିମ୍ପୁଡ଼ି ଘଉଡ଼େଇବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।

ଏହା ବି ପଢନ୍ତୁ-ନୟାନ୍ତ କଲେଣି ନାଲି ପିମ୍ପୁଡି, ଭୟରେ ଗାଁ ଛାଡିବେ ଲୋକେ

ବନ୍ୟା ପରେ ଅଥୟ କରୁଛି ପିମ୍ପୁଡ଼ି । ନାଲି ପିମ୍ପୁଡ଼ି ପ୍ରଜାତିର ଏହି ପିମ୍ପୁଡ଼ି ଯୋଗୁଁ ଲୋକେ ଘର କାମ ସହିତ ବିଲ ବାଡି କାମ କରିବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି । ପିମ୍ପୁଡି ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କ ଗୋଡରେ ଘା ହୋଇଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଫଳରେ ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀଙ୍କ ନିଦ ହଜିଯାଇଛି । ସ୍ଥିତି ଏପରି ଯେ, ବ୍ରାହ୍ମଣୀସାହି ବାସିନ୍ଦା ଏବେ ଗାଁ ଛାଡିବାକୁ ବସିଲେଣି । ତେବେ ପିମ୍ପୁଡ଼ି ଠାରୁ ବାହାରୁଥିବା ନାଳ ଅଂଶ ଗୋଡ଼ରେ ଲାଗି କୁଣ୍ଡେଇ ହୋଇ ଫୁଲି ଯାଉଥିବା କହିଛନ୍ତି ଗାଁ ଲୋକ । ଏନେଇ ଆଜି ଓୟୁଏଟିର ୪ ଜଣିଆ ପ୍ରତିନିଧି ଦଳ ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି । କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବନ୍ୟା ପରେ ଘର ପାରିପାର୍ଶିକ ପରିବେଶ ପିମ୍ପୁଡ଼ି ବଂଶ ବିସ୍ତାର ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଛି ବୋଲି ଓୟୁଏଟିର ବରିଷ୍ଠ ବୈଜ୍ଞାନିକ କହିଛନ୍ତି । ସେହିପରି ପରିବେଶକୁ ସଫାସୁତୁରା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଓୟୁଏଟିର ବୈଜ୍ଞାନିକ । ସେପଟେ କିଛି ବ୍ୟକ୍ତି ମଧ୍ୟ ଭୟରେ ନିଜ ଘର ଛାଡ଼ି ନିଜ ସମ୍ପର୍କୀୟଙ୍କ ଘରୁକୁ ମଧ୍ୟ ପଳାଇ ଥିବା ଜଣାପଡିଛି ।

ଇଟିଭି ଭାରତ, ପୁରୀ

Last Updated : Sep 5, 2022, 7:01 PM IST

ABOUT THE AUTHOR

...view details