ପୁରୀ: ରକ୍ତଦାନ ମହତ ଦାନ । ମାତ୍ର କୋଭିଡ ମହାମାରୀ କାଳରେ ରକ୍ତର ଘୋର ଅଭାବ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି । କୋରୋନା ମହାମାରୀ ଯୋଗୁଁ ଲୋକେ ଭୟରେ ରକ୍ତଦାନ ପାଇ ଆସୁ ନାହାନ୍ତି । ତେବେ ରକ୍ତଦାନ ନେଇ ସମାଜ ସଚେତନତା ସୃଷ୍ଟି ପାଇଁ ମହାବୀର ସେନା ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ।
ଶ୍ରୀକ୍ଷେତ୍ର ପୁରୀରେ ମହାବୀର ସେନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରାଯାଇଛି । ପୁରୀର ଯୁବକମାନେ ଅଧିକରୁ ଅଧିକ ରକ୍ତଦାନ କରି କୋଭିଡ ମହାମାରୀ କାଳରେ ରକ୍ତର ଅଭାବ ଦୂର କରିବାକୁ ସଚେତନ କରାଯାଇଛି । ଆଉ ଶହଶହ ସଂଖାରେ ଯୁବକମାନେ ମଧ୍ୟ ରକ୍ତଦାନ କରିବା ସହ ଏନେଇ ସଚେତନତା ବଢ଼େଇବା ପାଇଁ ସଂକଳ୍ପ ନେଇଛନ୍ତି ।