ପୁରୀ:ପୁରୀ ସହର ଓ ଶାମୁକା ବିଚକୁ ମଧୁର ଜଳ ଯୋଗାଣ ନିମନ୍ତେ ସହର ନିକଟ ସମଙ୍ଗ, ସିରେଇକୋଣା, ଉତ୍ତରକୋଣା, ମାଳତୀପାଟପୁର, ବାଟଗାଁ ମୌଜାରୁ ଜମି ଅଧିଗ୍ରହଣ କରାଯାଇ ତହିଁରେ ମଧୁର ଜଳ ସଂରକ୍ଷଣ ନିମନ୍ତେ ଜଳପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।
ଜମି ଅଧିଗ୍ରହଣ ଧାର୍ଯ୍ୟ ଦରକୁ ନେଇ ବିରୋଧ - oppose to land acquisition
ପୁରୀ ସହର ଓ ଶାମୁକା ବିଚକୁ ମଧୁର ଜଳ ଯୋଗାଣ ନିମନ୍ତେ ଜମି ଅଧିଗ୍ରହଣ କରାଯାଇ ତହିଁରେ ମଧୁର ଜଳ ସଂରକ୍ଷଣ ନିମନ୍ତେ ଜଳପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଅଧିକ ପଢନ୍ତୁ...
ଜମି ଅଧିଗ୍ରହଣ ଧାର୍ଯ୍ୟ ଦରକୁ ନେଇ ବିରୋଧ
ସିରେଇକୋଣା ଓ ଉତ୍ତରକୋଣା ବାସିନ୍ଦାକୁ ବଜାର ଦର ଠାରୁ ବହୁତ କମ ମୂଲ୍ୟ ଦିଆଯାଇ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି କରାଯାଇଥିବାରୁ ଏମାନେ ଏହାର ତୀବ୍ର ବିରୋଧ କରିଆସୁଛନ୍ତି । ମା ବାଟମଙ୍ଗଳା କୃଷକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ରତିବାଦ କରାଯାଇଛି । ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପାଇବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆଦେଶ ପ୍ରଦାନ କରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବୀ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ