ଓଡିଶା

odisha

ETV Bharat / state

ଦିନ 2ଟାରୁ ଦୋକାନ ବନ୍ଦ ନିଷ୍ପତ୍ତିକୁ ବିରୋଧ - puri shopkeepers protest

ପୁରୀ ସହର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଦିନ 2 ଟାରୁ ବନ୍ଦ ନେଇ ନିଷ୍ପତି ନେଇଥିବା ପୁରୀ ବ୍ୟବସାୟୀ ସଂଘ ନିଷ୍ପତ୍ତିକୁ ପୁରୀର ବଡ଼ଶଙ୍ଖ ବ୍ୟବସାୟୀ ମହାସଂଘ ବିରୋଧ କରିଛି । ଅଧିକ ପଢନ୍ତୁ...

ଦିନ 2ଟାରୁ ଦୋକାନ ବନ୍ଦ ନିଷ୍ପତ୍ତିକୁ ବିରୋଧ
ଦିନ 2ଟାରୁ ଦୋକାନ ବନ୍ଦ ନିଷ୍ପତ୍ତିକୁ ବିରୋଧ

By

Published : Apr 29, 2021, 4:08 PM IST

ପୁରୀ:ଆଜି(ଗୁରୁବାର) ଠାରୁ ପୁରୀ ସହର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଦିନ 2 ଟାରୁ ବନ୍ଦ ନେଇ ନିଷ୍ପତି ନେଇଥିବା ପୁରୀ ବ୍ୟବସାୟୀ ସଂଘ ନିଷ୍ପତ୍ତିକୁ ପୁରୀର ବଡ଼ଶଙ୍ଖ ବ୍ୟବସାୟୀ ମହାସଂଘ ବିରୋଧ କରିଛି । ଏହି ନିଷ୍ପତ୍ତି ଏକ ପାଖିଆ ଭାବେ କୌଣସି ଆଲୋଚନା କରାନଯାଇ ହୋଇଥିବା ବଡ଼ ଶଙ୍ଖ ବ୍ୟବସାୟୀ ମହାସଂଘ କହିଛି । ତେବେ ଏହି ନିଷ୍ପତ୍ତି ଦ୍ୱାରା ବ୍ୟାପକ ଭାବେ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବାକୁ ଥିବାରୁ ଏହାକୁ ବ୍ୟବସାୟୀ ମାନିବେ ନାହିଁ ବୋଲି କହିଛନ୍ତି ।

ଦିନ 2ଟାରୁ ଦୋକାନ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଏହି ନିଷ୍ପତ୍ତି ପ୍ରଶାସନ କିଭଳି କୌଣସି ସଂଘ ସହିତ ଆଲୋଚନା ନକରି ଗ୍ରହଣ କଲା ସେ ନେଇ ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାର ଓ ରବିବାର ସଟ ଡାଉନକୁ ବ୍ୟବସାୟୀ ସ୍ୱାଗତ କରୁଛନ୍ତି । ତେବେ ଦିନ 2 ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ଦ୍ୱାରା କିଭଳି ସ୍ୱଳ୍ପ ସମୟରେ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ସେହିପରି ଅଳ୍ପ ସମୟ ଦୋକାନ ବଜାର ଖୋଲିବା ଦ୍ୱାରା ଲୋକଙ୍କ ଭିଡ଼ ଯୋଗୁଁ ଅଧିକ କୋଭିଡ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏଣୁ, ଏହାକୁ ପାଳନ କରିବା ସମ୍ଭବ ନୁହେଁ ଏ ନେଇ ପୁନର୍ବିଚାର ପ୍ରଶାସନ କାରିବାକୁ ବ୍ୟବସାୟୀ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details