ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଦେବ ଦିପାବଳୀ, ଜଳିବ ଏକ ଲକ୍ଷ ଦୀପ - ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର

ଦେବ ଦୀପାବଳି ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଜଳିବ ଏକ ଲକ୍ଷ ଦୀପ । ଅଧିକ ପଢନ୍ତୁ

one lakh Diyas to be light in front shri mandir on dev Diwali
ଶ୍ରୀମନ୍ଦିରରେ ଦେବ ଦିପାବଳୀ, ଏକ ଲକ୍ଷ ଦୀପ ଜାଳିବ ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର

By

Published : Nov 19, 2022, 3:14 PM IST

Updated : Nov 19, 2022, 3:54 PM IST

ପୁରୀ:ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । ପବିତ୍ର ଦେବ ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଦେବ ଦୀପାବଳି ଅବସରରେ ଦୀପ ଦାନ କରାଯାଇ ଏହି କାର୍ଯ୍ୟକ୍ରମ କରାଯିବ ।

ଶ୍ରୀମନ୍ଦିରରେ ଦେବ ଦିପାବଳୀ, ଏକ ଲକ୍ଷ ଦୀପ ଜାଳିବ ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର

ସଂଧ୍ୟା 5ଟାରୁ 7 ପର୍ଯ୍ୟନ୍ତ ଦୀପ ଦାନ କରାଯିବ। ହିନ୍ଦୁ ଧର୍ମ ଓ ପରମ୍ପରାକୁ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଥି ସହିତ ଅଗ୍ନିହୋତ୍ରି ଯଜ୍ଞ ମଧ୍ୟ ଆୟୋଜନ ହୋଇଛି । ରାଣୀ ସୀତା ମନ୍ଦିର ପାଖରେ ଆୟୋଜିତ ଏହି ଯଜ୍ଞରେ ଗଣ ପ୍ରାର୍ଥନା ଅନୁଷ୍ଠିତ ହେବ । ବିଶ୍ବର ମଙ୍ଗଳ ପାଇଁ ଓ କୋଭିଡରୁ ମୁକ୍ତି ପାଇଁ ଗତ ବର୍ଷ ଏହି ନିଆରା କାର୍ଯ୍ୟକ୍ରମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Padmapur ByPoll: ପ୍ରଚାର କରିବେ BJDର 40 ଷ୍ଟାର ପ୍ରଚାରକ, ଜାଣନ୍ତୁ ତାଲିକାରେ କିଏ

ଏନେଇ ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ଆମ କମିଟି ପକ୍ଷରୁ ଦେବା ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯିବ । ଆମେ ସମସ୍ତଙ୍କୁ ନିବେଦନ କରୁଛୁ, ସମସ୍ତେ ଦେବ ଦୀପାବଳିରେ ଦୀପ ଲଗାନ୍ତୁ, ଦେବ ଦୀପାବଳିରେ ଶ୍ରୀକ୍ଷେତ୍ରେର ଭଜନ ସମାରୋହ କାର୍ଯ୍ୟକ୍ରମ କରାଯିବ, ତେଣୁ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି ।

ଇଟିଭି ଭାରତ, ପୁରୀ

Last Updated : Nov 19, 2022, 3:54 PM IST

ABOUT THE AUTHOR

...view details