ପୁରୀ: ବାଣ ଭିଡୁଥିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ବାଣ କାରିଗର ରଜତ ପରିଡା । ଚନ୍ଦନପୁର ଥାନା କେରାଣ୍ଡିପୁର ପଞ୍ଚାୟତକମାଶାସନ ଗାଁରେ ଘଟିଛି ଏହି ଅଘଟଣ ।
ସୂଚନା ମୁତାବକ, ରଜତ ପେଷାରେ ଜଣେ ଇଲେକ୍ଟ୍ରିସିଆନ ଥିବା ବେଳେ ସେ ବାଣ ମଧ୍ୟ ତିଆରି କରି ବିକ୍ରି କରନ୍ତି । ତେବେ ଆଜି ସକାଳୁ ସେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଫଳରେ ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଶବବ୍ୟବଛେଦ ପାଇଁ ପୁରୀ ମେଡିକାଲକୁ ପଠାଯାଇଥିବା ଜଣା ପଡିଛି ।