ଓଡିଶା

odisha

ETV Bharat / state

ନଦୀ ସୁଅରେ ଭାସିଯାଉଥିବାବେଳେ ବୃଦ୍ଧା ଉଦ୍ଧାର - ସ୍ଥାନୀୟ ଯୁବକ

ପୁରୀ ସାକ୍ଷୀଗୋପାଳ ଭାର୍ଗବୀ ନଦୀରେ ବୃଦ୍ଧା ଭାସିଯାଉଥିବାବେଳେ ଉଦ୍ଧାର କଲେ ସ୍ଥାନୀୟ ଯୁବକ ଓ ନାଉରିଆ । ଅଧିକ ପଢନ୍ତୁ...

ନଦୀର ସୁଅରେ ଭାସିଯାଉଥିବା ବୃଦ୍ଧା ଉଦ୍ଧାର
vନଦୀର ସୁଅରେ ଭାସିଯାଉଥିବା ବୃଦ୍ଧା ଉଦ୍ଧାର

By

Published : Sep 18, 2021, 8:37 AM IST

ପୁରୀ: ନଦୀ ସୁଅରେ ଭାସିଯାଉଥିବାବେଳେ ବୃଦ୍ଧା ଉଦ୍ଧାର । ଏଭଳି ଘଟଣାଘଟିଛି ପୁରୀ ସାକ୍ଷୀଗୋପାଳ ଭାର୍ଗବୀ ନଦୀରେ । ବୃଦ୍ଧା ଜଣଙ୍କ ନଦୀର ସୁଅରେ ଭାସିଯାଉଥିବାବେଳେ ସୁଆଣ୍ଡୋ ବ୍ରିଜ ନିକଟରୁ ସ୍ଥାନୀୟ ବଳପୁର ଗ୍ରାମର ୨ଜଣ ନାଉରିଆ ଓ ଯୁବକମାନେ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବୃଦ୍ଧା ଜଣଙ୍କ ଘର ବଳଙ୍ଗା ଥାନା ଅଞ୍ଚଳ ବାଲିଗାଁର ସ୍ବର୍ଗତ ଜଦୁଆ ଵେହେରାଙ୍କ ପତ୍ନୀ କନକ ଵେହେରା ବୟସ (୬୩) ବର୍ଷ ବୋଲି ଜଣାପଡିଛି ।

ନଦୀର ସୁଅରେ ଭାସିଯାଉଥିବା ବୃଦ୍ଧା ଉଦ୍ଧାର

ନଦୀ ବନ୍ଧ ଉପରୁ ଭାର୍ଗବୀର ବନ୍ୟା ପରିସ୍ଥିତି ଦେଖୁଥିବା କିଛି ସ୍ଥାନୀୟ ଯୁବକ ଏହି ଵୃଦ୍ଧା ନଦୀ ସୁଅରେ ଭାସି ଯାଉଥିବା ଦେଖିବା କ୍ଷଣି ଵନ୍ଧ ଉପରେ ହୋହଲ୍ଲା କରି ତାଙ୍କୁ ପିଛା କରିଥିଲେ। ବଳପୁର ଘାଟରେ ଡ଼ଙ୍ଗା ରଖିଥିବା ସେହି ଗ୍ରାମର ନାଉରିଆ ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ଏହି ଅଘଟଣ ଦେଖି ଯୁବକଙ୍କ ସହ ସୁଅ ମୁହଁରେ ଭାସିଯାଉଥିବା ଵୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ । ଏବେ ସେ ସୁସ୍ଥ ଅଛନ୍ତି । ଖବର ପାଇ ଡାକ୍ତରଖାନାରେ ବୃଦ୍ଧାଙ୍କ ପୁଅ ସନାତନ ପହଞ୍ଚି ମା' ଙ୍କୁ ଘରକୁ ନେଇଛନ୍ତି ।

ତେବେ ବୃଦ୍ଧା ଜଣଙ୍କ ଛତାଟିଏ ଧରି ନଈକୂଳକୁ ଆସିଥିବାବେଳେ କିପରି ସୁଅ ମୁହଁକୁ ଗଲେ ଜାଣିନଥିବା କହିଛନ୍ତି । କେଉଁ ସ୍ଥାନରେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେଵେ ନଈ ସୁଅରୁ ଵୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସାହସର ସହ ଆଗେଇ ଆସିଥିବା ନାଉରିଆ ଏବଂ ଯୁବକଙ୍କୁ ବଳପୁର, ସୁଆଣ୍ଡୋ ଆଦି ଆଖପାଖ ଗ୍ରାମର ଲୋକେ ସାବାସି ଜଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details