ପୁରୀ: ବିପଦସଙ୍କୁଳ କଚ୍ଚା ଘର ପୁଣି ନେଲା ଆଉ ଜଣେ ବୃଦ୍ଧଙ୍କ ଜୀବନ । ଶୋଇଥିବା ଅବସ୍ଥାରେ ଚିର ନିଦ୍ରାରେ ଶୋଇଗଲେ ବୃଦ୍ଧ ଜଣକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକର କଣ୍ଟି ଗ୍ରାମରେ ।
ଶୋଇଥିବାବେଳେ ଧସିଲା କାନ୍ଥ: ବୃଦ୍ଧ ମୃତ, ଗ୍ରାମରେ ଶୋକର ଛାୟା - ଶୋଇଥିବା ବେଳେ କାନ୍ଥ ପଡି ବୃଦ୍ଧା ମୃତ
ଘରରେ ଶୋଇଥିବାବେଳେ କାନ୍ଥ ପଡି ବୃଦ୍ଧ ମୃତ ।
![ଶୋଇଥିବାବେଳେ ଧସିଲା କାନ୍ଥ: ବୃଦ୍ଧ ମୃତ, ଗ୍ରାମରେ ଶୋକର ଛାୟା](https://etvbharatimages.akamaized.net/etvbharat/prod-images/768-512-5017656-thumbnail-3x2-ssss.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ
ଘଟଣା ଅନୁସାରେ ଗ୍ରାମର ଲୋକନାଥ ଦାସ ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଘର କାନ୍ଥ ଧସି ତାଙ୍କ ଉପରେ ପଡିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ