ଓଡିଶା

odisha

ETV Bharat / state

2 ଦିନରେ ମାଲେସିଆ ଜାହାଜରୁ ସରିବ ତେଲ କଢ଼ା

ପୁରୀ କୃଷ୍ଣ ପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହାଜରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି ।

By

Published : Aug 30, 2019, 11:51 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ମାଲେସିଆ ଜାହାଜ ଜିନହ୍ଵାରୁ ଚାଲିଛି ତେଲ କଢ଼ା । ପୁରୀ କୃଷ୍ଣ ପ୍ରସାଦ ବ୍ଲକର ରାଜହଂସ ନିକଟରେ ଅଟକି ରହିଥିବା ଜାହାଜରୁ ତେଲ ନିଷ୍କାସନ କାର୍ଯ୍ୟ ଜାରି ରହିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ, ଜିନହ୍ଵା 32 ଟାଇମ ଚାଟର ଭେସେଲ ନାମକ ମାଲବାହି ଜାହାଜ ବାଂଲାଦେଶର ମଙ୍ଗଳା ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜହଂସ ନିକଟରେ ଗତ 8 ତାରିଖରୁ ଅଟକି ଯାଇଥିଲା। ଏହାର ମରାମତି ଏବଂ ଏଥିରୁ ତେଲ ନିଷ୍କାସନ ନିମନ୍ତେ କୋଲକାତାର ଲର୍ଡ୍ସ ବ୍ଲୁ ଟେକ କମ୍ପାନୀକୁ ଡକାଯାଇଥିଲା ।

ଏହାପରେ କମ୍ପାନୀର ତିରିଶ ଜଣ ଇଂଜିନିୟର ବୈଷୟିକ ସହାୟତା ପ୍ରଦାନ କରିବା ସହ ଶୁକ୍ରବାର ସୁଧା 9 ହଜାର ଲିଟର ତେଲ ନିଷ୍କାସନ କରିଛନ୍ତି । ପ୍ରତି 40 ମିନିଟରେ 22 ସହ ଲିଟର ତେଲ ନିଷ୍କାସନ କରାଯିବା ସହ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ଥଣ୍ଡା ରଖିବା ପାଇଁ ମୋଟରକୁ ବନ୍ଦ କରାଯାଉଛି ।

ଆସନ୍ତା ଦୁଇ ଦିନ ଭିତରେ ତେଲ ନିଷ୍କାସନ କାର୍ଯ୍ୟ ଶେଷ ହେବ । ଏହା ପରେ ଜାହାଜର ମରାମତି କାମ ଆରମ୍ଭ ହେବ। ଏନେଇ କର୍ତ୍ତୃପକ୍ଷ ରାଜହଂସ ନିକଟରୁ ଜାହାଜଟିକୁ ନେବାର ବ୍ୟବସ୍ଥା ହୋଇଛି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details