ପୁରୀ: ଆରମ୍ଭ ହୋଇଛି ଦ୍ବିତୀୟ ଇକୋ ରିଟ୍ରିଟ ଫେଷ୍ଟିଭାଲ । ପ୍ରକୃତି କୋଳରେ ଅସୀମିତ ମଜା । କେଉଁଠି ସମୁଦ୍ର ଜଳରାଶିରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲରେ । ଜେଟ୍ ସ୍କାଏରେ ଆକାଶକୁ ଛୁଇଁବାର ପ୍ରୟାସ ସାଙ୍ଗକୁ ଜଳକ୍ରୀଡ଼ାରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଏକାକାର ହୋଇଯିବାର ଅନୁଭୂତି । ଯୁଆଡ଼େ ଗଲେ ସିଆଡ଼େ ପ୍ରକୃତିର ନୈସର୍ଗିକ ଶୋଭାରାଜି । ଏମିତି ନିଆରା ଅନୁଭୂତି ଆଣିଦେବ ଇକୋ-ରିଟ୍ରିଟ୍ ।
ଦାରିଙ୍ଗବାଡ଼ିରୁ ସାତକୋଶିଆ, ହୀରାକୁଦରୁ ଭିତରକନିକା । ପୁଣି ବ୍ଲାକ ପାଗୋଡ଼ା କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି। ଏହି ୫ଟି ସ୍ଥାନରେ ଆରମ୍ଭ ହେବ ଇକୋ-ରିଟ୍ରିଟ୍। । ଯାହାକୁ ଆଜି(ବୁଧବର) କାର୍ଯ୍ୟକ୍ରମକୁ ଭିଡିଓ କନଫେନ୍ସିରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହାପରେ ପର୍ଯ୍ୟଟକମାନେ ପ୍ରକୃତି କୋଳରେ ରହିବା ସହ ବିଭିନ୍ନ ପ୍ରକାରର ଦୁଃସାହସିକ କ୍ରୀଡ଼ାର ମଜା ନେବା ସହ ଆଖାପାଖରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲି ପାରିବେ । ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବେ। ଓଡ଼ିଶାର ଖାଦ୍ୟପେୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ନୂଆ ନୂଆ ଅନୁଭୂତି ସାଉଁଟିବେ।