ପୁରୀ: ପୁରୀ ରଘୁରାଜପୁରର ଯୁବ ପର୍ବତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜ୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ସେଠାରେ ।
ଆଫ୍ରିକା କିଲିମାଞ୍ଜାରୋ ଶୃଙ୍ଗରେ ନାଗାର୍ଜୁନ ବେଶ ପଟ୍ଟଚିତ୍ର ପ୍ରଦର୍ଶନ କଲେ ଓଡିଆ ପୁଅ - ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଶୃଙ୍ଗରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ
ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାରୋ ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ
ଆଫ୍ରିକାର କିଲିମାଞାର ପର୍ବତ ଶୃଙ୍ଗରେ ନାଗାର୍ଜୁନ ବେଶ ପଟଚିତ୍ର ପ୍ରଦର୍ଶନ
ଏହି ଯାତ୍ରା ପାଇଁ ରାଜ୍ୟ ସରକାର, ଏମସି ଓ ଜିଲ୍ଲା ପ୍ରଶାସନ ଚିନ୍ମୟଙ୍କୁ ସହଯୋଗ କରିଥିଲେ । ଚିନ୍ମୟ ଚଳିତ ମାସ ୩ ତାରିଖରେ ସାଉଥ୍ ଆଫ୍ରିକାର କିଲିମାଞ୍ଜାରୋ ଶୃଙ୍ଗର ୧୯,୩୪୧ ଫୁଟ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଇଟିଭି ଭାରତ, ପୁରୀ
Last Updated : Jun 10, 2022, 12:45 PM IST