ପୁରୀ:ଶ୍ରୀମନ୍ଦିର ବାଇଶି ପାହାଚ, ମହାଲକ୍ଷ୍ମୀ ମନ୍ଦିର, ସମେତ ରୋଷଘର ଯାଞ୍ଚ କରିଛନ୍ତି ଏଏସଆଇ ସୁପରିଟେଡେଣ୍ଟ ଓ ଓବିସିସି ବା ଓଡିଶା ସେତୁ ନିର୍ମାଣ ନିଗମ । ପୂର୍ବରୁ ମଧ୍ୟ ୪ ଜଣିଆ ଏଏସଆଇ ଟିମ ଦ୍ବାରା ଟିମ ଯାଞ୍ଚ କରିଥିଲେ ।
ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କଲା ଓବିସିସି
ଶ୍ରୀମନ୍ଦିର ବାଇଶି ପାହାଚ, ମହାଲକ୍ଷ୍ମୀ ମନ୍ଦିର ସମେତ ରୋଷ ଘରର ମରାମତି ନେଇ ଅନୁଧ୍ୟାନ କଲା ଓବିସିସି ।
ବାଇଶି ପାହାଚ ସ୍ଥିତି ଅନୁଧ୍ୟାନ କଲା ଓବିସିସି
ବାଇଶି ପାହାଚ ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଞ୍ଚ ସହ ଦୁର୍ବଳ ଅଂଶ, ମରାମତି ହେବାକୁ ଥିବାକୁ ଅଞ୍ଚଳ ତନ୍ନ ତନ୍ନ କରି ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦିଆଯିବ । ବାଇଶି ପାହାଚ ଦୁର୍ବଳ ପଥରର ପରିବର୍ତ୍ତନ, ଯୋଡ଼େଇ ସ୍ଥାନର ଆବଶ୍ୟକ ପ୍ୟାଚିଂ ହେବ। ମା' ମହାଲକ୍ଷ୍ମୀଙ୍କ ମନ୍ଦିରର ବିଭିନ୍ନ ସ୍ଥାନରେ ଆବଶ୍ୟକ ମରାମତି କରାଯିବ ବୋଲି କହିଛି ଓବିସିସି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ