ଓଡିଶା

odisha

ETV Bharat / state

Anti Terror Mock Drill: ପୁରୀରେ NSG ଟିମ୍, ଆତଙ୍କୀ ହାମଲା ରୋକିବାକୁ ମକଡ୍ରିଲ - ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ ପାଇଁ ମକଡ୍ରିଲ

ପୁରୀ ସହରରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ ପକ୍ଷରୁ ମକଡ୍ରିଲ । ଅଧିକ ପଢ଼ନ୍ତୁ

NSG mock drill in puri
ପୁରୀରେ ଜାତୀୟ ସୁରକ୍ଷା ଗାର୍ଡର ମକଡ୍ରିଲ

By ETV Bharat Odisha Team

Published : Aug 25, 2023, 4:39 PM IST

ପୁରୀରେ ଜାତୀୟ ସୁରକ୍ଷା ଗାର୍ଡର ମକଡ୍ରିଲ

ପୁରୀ:ଶ୍ରୀକ୍ଷେତ୍ରରେ ଜାତୀୟ ସୁରକ୍ଷା ଗାର୍ଡ (NSG) । ପୁରୀ ସହରରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ ପକ୍ଷରୁ ମକଡ୍ରିଲ କରାଯାଉଛି । କେନ୍ଦ୍ରୀୟ ସଦାଶିବ ସଂସ୍କୃତ ବିଶ୍ବ ବିଦ୍ୟାଳୟରେ NSG ଟିମର ଏହି ମକଡ୍ରିଲ କରାଯିବ । ସନ୍ଧ୍ୟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ:ଆକ୍ସନ ମୋଡରେ ପୁରୀ ପୋଲିସ, 12 ଡକାୟତ ଗିରଫ

ଆତଙ୍କବାଦୀ କାର୍ଯ୍ୟକଳାପକୁ କିଭଳି ପ୍ରତିହତ କରିହେବ ସେନେଇ ମକଡ୍ରିଲ କରିବ ଜାତୀୟ ସୁରକ୍ଷା ଗାର୍ଡ । NSGର କମାଣ୍ଡୋ ମାନେ ଏହି ମକଡ୍ରିଲରେ ରାଷ୍ଟ୍ରୀୟ କେନ୍ଦ୍ରୀୟ ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ଭିତରେ ଲୁଚି ରହିଥିବା ଏକ ଆତଙ୍କବାଦୀ ଟିମ୍ ସହ ପ୍ରତିମାତ୍ମକ ମୁକାବିଲା କରିବେ । ସ୍ଥାନୀୟ ପୋଲିସର ଉପସ୍ଥିତିରେ ଏଭଳି କାର୍ଯ୍ୟକ୍ରମ କରାଯିବ । ତେବେ ଏହି ମକଡ୍ରିଲକୁ ଦୃଷ୍ଟିରେ ରଖି ସନ୍ଧ୍ୟା ପରଠାରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଚତୁଃପାର୍ଶ୍ବକୁ ସିଲ କରି ଦିଆଯିବ । ଏହି ସମୟରେ କୌଣସି ଛାତ୍ରଛାତ୍ରୀ କଲେଜ ପରିସରରେ ରହିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ପୁଣି ଅଶାନ୍ତ ପୁରୀ ସହର, ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ

ଗତକାଲି (ଗୁରୁବାର) ଠାରୁ NSGର ଏକ ଟିମ୍ ଆସି ପୁରୀ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିଛି । NSG ପକ୍ଷରୁ ପୁରୀ ଜିଲ୍ଲା ସ୍କୁଲ ଓ ଅର୍ବାନ ହାଟ ପରିସରରେ ଏକ ମକଡ୍ରିଲ କରିଥିଲେ । ତେବେ ସାମ୍ପ୍ରତିକ ପରିସ୍ଥିତିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବଢ଼ିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଏଭଳି ସୁରକ୍ଷା ସମ୍ପର୍କିତ ମକଡ୍ରିଲକୁ ସ୍ବାଗତ କରିଛନ୍ତି ବରିଷ୍ଠ ସେବାୟତ ଓ ବୁଦ୍ଧିଜୀବୀ ।

ଏସମ୍ପର୍କରେ ବରିଷ୍ଠ ସେବାୟତ କହିଛନ୍ତି, "ପୁରୀ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଧାମ । ପ୍ରତିଦିନ ଏଠାକୁ ଲକ୍ଷଲକ୍ଷ ଭକ୍ତ ଆସିଥାନ୍ତି । ତେଣୁ ଶ୍ରୀମନ୍ଦିରର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ । କେବଳ NSG ନୁହେଁ ଜିଲ୍ଲା ପୋଲିସ ପ୍ରଶାସନ ମଧ୍ୟ ଏଥିପ୍ରତି ସର୍ବଦା ସଜାଗ ରହିବାର ଆବଶ୍ୟକତା ରହିଛି ।" ପୁରୀ ଏକ ସମ୍ବେଦନଶୀଳ ସହର‌ ହୋଇଥିବାରୁ ଏହାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେହିପରି ସମୁଦ୍ରକୂଳରେ ପୁରୀ ସହର ଅବସ୍ଥିତ ଥିବାରୁ ଜଳପଥ ଦେଇ ମଧ୍ୟ ସବୁବେଳେ ଆତଙ୍କବାଦୀଙ୍କ ବିପଦ ରହିଛି । ତେଣୁ NSG ଭଳି ପୁରୀ ପୋଲିସ ସ୍ବତନ୍ତ୍ର ଅତ୍ୟାଧୁନିକ ପ୍ରଶିକ୍ଷଣ ନେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details