ପୁରୀ: ଏଥର ସମସ୍ତ ଭକ୍ତ ପାଇବେ ମହାପ୍ରଭୁଙ୍କ ବରାଦି ମହାପ୍ରସାଦ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 7 ତାରିଖରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ବରାଦି ଅବଢ଼ା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଅବଢା ନପାଇ ଭକ୍ତ ଓ ଶ୍ରଦ୍ଧାଳୁ କ୍ଷୋଭପ୍ରକାଶ କରିଥିଲେ। କୋରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ବରାଦି ମହାପ୍ରସାଦ ମିଳିବ ନାହିଁ ବୋଲି ପୂର୍ବରୁ ସୁଆର ମହାସୁଆର ନିଯୋଗ ସୂଚନା ଦେଇଥିଲା।
ଚଳିତବର୍ଷ ମହାକାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି କିଭଳି ଭାବରେ ସମସ୍ତ ଭକ୍ତମାନେ ମହାପ୍ରସାଦ ପାଇପାରିବେ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ସୁଆରମହାସୁଆର ନିଯୋଗ ସମ୍ପାଦକ। ତେବେ ଶ୍ରୀମନ୍ଦିର ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ଟେଣ୍ଟ ଯୋଗେଁ କୋରୋନା କଟକଣା ମଧ୍ୟରେ ଗାଇଡଲାଇନ୍ ପାଳନ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବରାଦି ମହାପ୍ରସାଦ ମିଳିପାରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଆରମହାସୁଆର ନିଯୋଗ ସମ୍ପାଦକ କୃଷ୍ନଚନ୍ଦ୍ର ପ୍ରତିହାରୀ।