ଓଡିଶା

odisha

ETV Bharat / state

ଚିଲିକା ଉପକୂଳରୁ ହଟିବ ମାଲେସିଆ ଜାହାଜ, ନୋଟିସ ଜାରି

ଯାନ୍ତ୍ରିକ ତୃଟି ପାଇଁ କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ 9ରୁ ଅଟକି ରହିଛି ମାଲେସିଆ ପଣ୍ୟବାହୀ ଜାହାଜ । ତେବେ ଏହି ଜାହାଜରୁ ଏବେ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା । ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜ ମାଲିକଙ୍କୁ ଜାରି କରାଯାଇଛି ନୋଟିସ ।

By

Published : Aug 29, 2019, 11:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଯାନ୍ତ୍ରିକ ତୃଟି ପାଇଁ କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ 9ରୁ ଅଟକି ରହିଛି ମାଲେସିଆ ପଣ୍ୟବାହୀ ଜାହାଜ । ତେବେ ଏହି ଜାହାଜରୁ ଏବେ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା । ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜ ମାଲିକଙ୍କୁ ଜାରି କରାଯାଇଛି ନୋଟିସ । ଯେଉଁଥିରେ ଏକ ସପ୍ତାହ ମଧ୍ୟରେ ଜାହାଜକୁ ଚିଲିକା ଉପକୂଳରୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ବୁଧବାର ଆସିଥିବା ଏକ 15 ଜଣିଆ ଟିମ୍‌କୁ ଜାହାଜରୁ ତେଲ କାଢିବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏନେଇ ଜାହାଜରେ ପାଇପ ଭର୍ତ୍ତି କରାଯାଇଥିଲା । ଏହି ପାଇପକୁ ବାଉଁଶ ସାହାଯ୍ୟରେ ବନ୍ଧା ଯାଇ ବାଲି ପଠା ଉପରେ ରଖାଯାଇଛି । ତେଣେ ବୁଧବାର ଏହି ପାଇପ ବିଛା କାର୍ଯ୍ୟ ସରିବା ପରେ ତେଲ କଢା ଆରମ୍ଭ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details