ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କଲେ ଅଣସେବାୟତ, ଭକ୍ତ ମହଲରେ ତୀବ୍ର ଅସନ୍ତୋଷ - ଭକ୍ତ ମହଲରେ ତୀବ୍ର ଅସନ୍ତୋଷ

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରିବା ସହ ରିଲ୍ସ ବନାଇ ସୋସିଆଲ ମିଡିଆରେ ସେୟାର କଲେ ଅଣ ସେବାୟତ । କାର୍ଯ୍ୟାନୁଷ୍ଠାନ ଦାବି ସହ ଭକ୍ତ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ

non servitors
non servitors

By

Published : Jul 8, 2023, 8:36 PM IST

Updated : Jul 8, 2023, 8:51 PM IST

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କଲେ ଅଣସେବାୟତ

ପୁରୀ: ରଥ ଉପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରିବା ସହ ରିଲ୍ସ ବନାଇ ସୋସିଆଲ ମିଡିଆରେ ଛାଡିଲେ ଅଣ ସେବାୟତ। ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ନେଇ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ପୁଣି ଏହି ବିବାଦ ମୁଣ୍ଡ ଟେକିଛି । ଅଣ ସେବାୟତଙ୍କ ଏପରି କାର୍ଯ୍ୟକଳାପକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ବାଢ଼ିବାରେ ଲାଗିଛି । ଏହାସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି ଉଠିଛି ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କଲେ ଅଣସେବାୟତ

ବିଭିନ୍ନ ସୋସିଆଲ ମିଡିଆରେ କିଛି ଅଣ ସେବାୟତମାନେ ରଥ ଉପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରଥଯାତ୍ରାର ବ୍ୟବସ୍ଥା ଅନୁଯାୟୀ ରଥ ଉପରେ କୌଣସି ଅଣସେବାୟତ ଚଢ଼ିବେ ନାହିଁ କି ମହାପ୍ରଭୁଙ୍କୁ ସ୍ପର୍ଶ କରିବେ ନାହିଁ। ଏହା ନେଇ ବିଭିନ୍ନ ବୈଠକରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହ ରଥଯାତ୍ରା ଦାୟତ୍ବ ଥିବା କର୍ମଚାରୀମାନଙ୍କୁ ସଚେତନତା କରାଯାଇଥିଲା । କିନ୍ତୁ ଆଜି ସୋସିଆଲ ମିଡିଆରେ ଫଟୋ ପୋଷ୍ଟକୁ ନେଇ ଉଠିଛି ନାନା ପ୍ରଶ୍ନ ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କଲେ ଅଣସେବାୟତ

ଏହା ବି ପଢନ୍ତୁ- ଘୋଷଯାତ୍ରାରେ ଅଣସେବାୟତ ସାମିଲ ନେଇ ତେଜୁଛି ଅସନ୍ତୋଷ

ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଥିଲେ ମହାପ୍ରଭୁଙ୍କ ପହଣ୍ଡି ସମୟରେ କିଛି ସେବାୟତ ବେଶରେ ଅଣ ସେବାୟତମାନେ ଭିତରେ ପ୍ରବେଶ କରିଥିଲେ । ଏହାକୁ ରୋକା ଯାଇ ପାରିନଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ପର୍ଶ କରୁଥିବା ଜଣେ ଅଣସେବାୟତ ଶ୍ରୀମନ୍ଦିର ପକ୍ଷରୁ ଦିଆଯାଇଥିବା ପାସ ମଧ୍ୟ ପକାଇଛନ୍ତି । ସେଠାରେ ଶ୍ରୀମନ୍ଦିର ଜେଟିପି ପୋଲିସ, ସମସ୍ତ ସେବାୟତ ଥିବାବେଳେ କିଭଳି ଅଣ ସେବାୟତମାନେ ରଥ ଉପରକୁ ପ୍ରବେଶ କରୁଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ତଦନ୍ତ କରି ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତି ବିଶେଷ ବିରୋଧ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇ ଭକ୍ତ ମହଲରେ ଦାବି ହୋଇଛି।

ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି । ଘୋଷଯାତ୍ରା ସମୟରେ ସେବାୟତଙ୍କ ଭଳି ବେଶଭୂଷା ଧାରଣ କରି ଅଣସେବାୟତମାନେ ରଥ ଉପରେ ଚଢିଥାନ୍ତି । ଏ ନେଇ ଫଟୋ ମଧ୍ୟ ଭାଇରାଲ ହୋଇଛି । ଏ ନେଇ ସେବାୟତମାନେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛନ୍ତି । ହେଲେ ପ୍ରଶାସନ ଏ ନେଇ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିଛି ।

ଇଟିଭି ଭାରତ, ପୁରୀ

Last Updated : Jul 8, 2023, 8:51 PM IST

ABOUT THE AUTHOR

...view details