ପୁରୀ: ଅଣ ସଂକ୍ରମିତ ରୋଗ ସମ୍ପର୍କରେ ସଚେତନତା ରଥ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅଣ ସଂକ୍ରମିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଏକ ଅଡିଓ ଭିଜୁଆଲ ରଥର ଶୁଭାରମ୍ଭ ହୋଇଛି ।
ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଡଃ ସୁଜାତା ମିଶ୍ର ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ହୃଦରୋଗ, ବୃକକ, ମଧୁମେହ ଭଳି ଅଣ ସଂକ୍ରମିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କିରବ। ଏକ ମାସ ଧରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।