ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ - Nagarjuna Besha

ନଭେମ୍ବର 27ରେ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ହେଲେ ଚଳିତ ଥର କୋରୋନା କଟକଣା ଯୋଗୁଁ ଭକ୍ତଙ୍କ ବିନା ମହାପ୍ରଭୁଙ୍କ ସ୍ବତନ୍ତ୍ର ବେଶ, ପୂଜା ବିଧି କରାଯିବ । ଅଧିକ ପଢନ୍ତୁ..

ମହାପ୍ରଭୁଙ୍କ ଦୁର୍ଲ୍ଲଭ  ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ
ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

By

Published : Oct 29, 2020, 9:55 PM IST

Updated : Oct 29, 2020, 10:45 PM IST

ପୁରୀ: କୋରୋନା ମହାମାରୀ ସଂକ୍ରମଣ ଓ ଏହାକୁ ପ୍ରତିହିତ ପାଇଁ ଲାଗୁ କଟକଣା ଯୋଗୁଁ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ । ଏଥିମଧ୍ୟରେ ଦୀର୍ଘ 26 ବର୍ଷ ପରେ ଆସନ୍ତା କାର୍ତ୍ତିକ ମାସରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ନୀତି ନାଗାର୍ଜୁନ ବେଶ ନଭେମ୍ବର 27 ରେ ହେବାକୁ ନିର୍ଦ୍ଧାରିତ ହୋଇଛି । କିନ୍ତୁ ବ୍ୟତିକ୍ରମ କି ଏହି ଦୁର୍ଲଭ ବେଶ ସ୍ବଚକ୍ଷୁରେ ଦେଖିପାରିବେନି ଭକ୍ତ ।

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକ ଶେଷ ହୋଇଛି | ଏଥିରେ ଆସନ୍ତା କାର୍ତ୍ତିକ ମାସ ଓ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ସ୍ଥିରୀକୃତ | ଆସନ୍ତା ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ବେଶ ନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବାବେଳେ ଭୋର ୪ ଟାରୁ ବେଶ ଆରମ୍ଭ କରାଯିବା ସହ ସକାଳ ୭ଟା ମଧ୍ୟରେ ଶେଷ କରାଯିବ ।

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଏହାପରେ ଏହି ବେଶରେ ଗୋପାଳ ବଲ୍ଳଭ, ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ଡପ କରାଯାଇ ଦିନ ଦୁଇଟା ସୁଦ୍ଧା ବେଶ ମଇଲମ ହେବ। ପରେ ଅନ୍ୟାନ୍ୟ ନୀତି କରାଯାଇ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ ।

ଚଳିତ ବର୍ଷ କୋଭିଡ ୧୯ କଟକଣା ଥିବାରୁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି । କାର୍ତ୍ତିକ ମାସରେ ମହାପ୍ରସାଦ ଯେଭଳି ସମସ୍ତ ଭକ୍ତ ପାଇପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ ନେଇ ବୈଠକରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିରର ଉଭୟ ଦକ୍ଷିଣ ଓ ଉତ୍ତର ଦ୍ବାରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହେବ ।

ପୁରୀ ଥିବା ଜାଗା ଅଖଡାରେ ହେଉଥିବା ନାଗା ବେଶ ଭଳି ସମସ୍ତ ବେଶ ସରଞ୍ଜାମ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗି ଥାଏ । ବେଶରେ ଢାଲ, ଖଣ୍ଡା, ଧନୁ, ତିର ସଂଯୁକ୍ତ ପଟି, ହାଣ୍ଡିଆ, ବାଘ ଛାଲ, 17 ପ୍ରକାର ହତିଆର ଅସ୍ତ୍ରଶସ୍ତ୍ର, ବିଭିନ୍ନ ମାଳି, ବାଘ ନଖ, ଦାଢ଼ି, ନିଶ ଆଦି ଆଭୂଷଣ ଲାଗିଥାଏ। ପୂର୍ବରୁ 1993 ଓ 1994 ମସିହାରେ ଦୁଇ ବର୍ଷ ଏହି ତିଥି ପଡୁଥିବା ହେତୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦର୍ଶନ କରିଥିଲେ ଭକ୍ତ ।

ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସାରା ଦେଶରୁ ଲକ୍ଷ ଲକ୍ଷ ଭକ୍ତ, ସାଧୁ ସନ୍ଥ ଶ୍ରୀମନ୍ଦିରକୁ ଆସିଥାନ୍ତି । ଗତ 1994ରେ ହୋଇଥିବା ନାଗାର୍ଜୁନ ବେଶରେ ଏତେ ଭକ୍ତ ଆସି ଥିଲେ ଯେ ଶ୍ରୀମନ୍ଦିରରେ ଦଳାଚକଟା ଘଟଣା ଘଟି 7 ଜଣ ଭକ୍ତ ପ୍ରାଣ ହରାଇଥିବା ନଜିର ରହିଛି । ତେବେ ଚଳିତ ବର୍ଷ କୋଭିଡ ମହାମାରୀ ଯୋଗୁଁ ବିନା ଭକ୍ତରେ ନାଗାର୍ଜୁନ ବେଶ ନୀତି କରାଯିବ । ଯାହାକି ଆଉ ଏକ ଇତିହାସ ଘଟଣାବଳୀ ହୋଇ ରହିବା ନିସନ୍ଦେହ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 29, 2020, 10:45 PM IST

ABOUT THE AUTHOR

...view details