ଓଡିଶା

odisha

ଫନିକୁ ବିତିଛି ତିନି ମାସ, ତଥାପି ହଟିନି ଅନ୍ଧକାର

By

Published : Jul 24, 2019, 8:28 PM IST

ବାତ୍ୟା ଫନି ପରେ ପୁରୀ ଜିଲ୍ଲା ଅନ୍ଧକାରମୟ। ତେବେ 3 ମାସ ପରେ ମଧ୍ୟ ପୁରୀର ଅନେକ ଅଞ୍ଚଳରେ ଏପର୍ଯ୍ୟନ୍ତ ଆସିପାରି ନାହିଁ ବିଜୁଳି । ଏନେଇ ବୁଧବାର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବାତ୍ୟା ଫନିକୁ ପ୍ରାୟ 3 ମାସ ବିତିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗରୁ ଏବେବି ବଞ୍ଚିତ ହଜାର ହଜାର ଗ୍ରାମବାସୀ। ବିଦ୍ୟୁତ ନ ଥିବାରୁ ଗରମ ଓ ଅନ୍ଧାରରେ ରହିବା ଏକ ପ୍ରକାର ଅସହ୍ୟ ହୋଇ ପଡିଛି । ଏପରିକି ବାରମ୍ବାର ବିଦ୍ୟୁତ ସଂଯୋଗ ନେଇ ଦାବି ହୋଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ସିପକୁଦା, ବନମାଲିପୁର ପାଟଣା ଗ୍ରାମବାସୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାରଣା ଦେଇଥିଲେ ଗ୍ରାମର ଶତାଧିକ ମହିଳା। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ପୁରୀ ଜିଲ୍ଲାପାଳ ଗ୍ରାମବାସୀ ସହ ଆଲୋଚନା କରିବା ପରେ ଧରଣାରୁ ଉଠିଥିଲେ ଗ୍ରାମବାସୀ । ଖୁବଶୀଘ୍ର ବିଦ୍ୟୁତ ସମସ୍ୟା ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details