ଓଡିଶା

odisha

ETV Bharat / state

ନିମାପଡାରେ ପ୍ରଶାସନ ବାଣ୍ଟିଲା ପାଲ, ରିଲିଫ୍‌କୁ ଅପେକ୍ଷା

ନିମାପଡା ବ୍ଲକରେ ପାଲ ବଣ୍ଟନ ଆରମ୍ଭ ହୋଇଛି । ଏହା ସହ ଖୁବଶିଘ୍ର ରିଲଫ୍‌ ଦିଆଯିବ ବୋଲି ଜଣାପଡିଛି ।

By

Published : May 6, 2019, 10:12 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିମାପଡା: ବାତ୍ୟା ‘ଫନି’ ପରେ ପୁରୀ ଜିଲ୍ଲାର ନିମାପଡା ବ୍ଲକର ସ୍ଥିତି ସଙ୍ଗୀନ । ଘର ଦ୍ବାର ଭାଙ୍ଗି ଯାଇଥିବାବେଳେ ଗଛ ପଡି ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏସବୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି । ବ୍ଲକରେ ପାଲ ବଣ୍ଟନ ଆରମ୍ଭ ହୋଇଛି । ଏହା ସହ ଖୁବଶିଘ୍ର ରିଲଫ୍‌ ଦିଆଯିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗ୍ରାମାଞ୍ଚଳରେ ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ ନିମାପଡା ବଜାର ବା ସହର ଉପରେ ପାଲ ବଣ୍ଟନ ନିମାପଡା ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତହସିଲ କାର୍ଯ୍ୟାଳୟରେ ପାଲ ବଣ୍ଟା ଯାଉଥିବାବେଳେ ରିଲଫ୍‌ ତହସିଲରେ ପହଞ୍ଚିଛି ଓ ଖୁବଶିଘ୍ର ବଣ୍ଟନ କରାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details