ପୁରୀ: ଆଜି ପରେ ବର୍ଷକ ପାଇଁ ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳା ସରିବ । ମାଉସୀ ଘରୁ ବୁଲି ଆସିବା ପରେ ସିଂହଦ୍ବାରରେ ଅଛନ୍ତି ୩ ଭାଇ ଭଉଣୀ । ଗତକାଲି(ଗୁରୁବାର) ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଅଭିମାନିନୀ ଲକ୍ଷ୍ମୀଙ୍କୁ ମହାପ୍ରଭୁ ମାଉସୀ ଘରକୁ ନେଇ ଯାଇନାହାନ୍ତି ବୋଲି ରୋଷ କରିଛନ୍ତି ଲକ୍ଷ୍ମୀ ଠାକୁରାଣୀ । ତେଣୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମନାଇ ରତ୍ନବେଦୀକୁ ବିଜେ କରିବେ ମହାପ୍ରଭୁ । ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି । ନଜର ପକାନ୍ତୁ ନୀତିକାନ୍ତି ଉପରେ...
ପ୍ରାତଃ ୪ ରୁ ୩ ରଥର ମଙ୍ଗଳ ଆଳତି
୪.୩୦ରେ ମଇଲମ-ତଡପଲାଗି
୫.୦୦ରେ ଅବକାଶ
୫.୩୦ରେ ବେଶ ଶେଷ
୬.୩୦ରେ ଗୋପାଳ ବହ୍ଲଭ
୭.୦୦ ରୁ ୮.୦୦ ସକାଳ ଧୂପ
୮.୩୦ରେ ମଇଲମ
୯.୩୦ରେ ମହାସ୍ନାନ ଓ ସର୍ବାଙ୍ଗ
୧୦.୦୦ରେ ବେଶ ଶେଷ
୧୧.୩୦ରେ ମଧ୍ୟାହ୍ନ ଧୂପ
୧୧.୪୫ ରୁ ୧୨.୦୦ ମଇଲମ ଓ ବେଶ
୧୨.୧୫ ସନ୍ଧ୍ୟା ଆଳତି
୧୨.୩୦ ରୁ ୧.୩୦ରେ ସନ୍ଧ୍ୟା ଧୂପ
୧.୩୦ ରୁ ୩.୩୦ରେ ଚାରବନ୍ଧା
୩.୩୦ ରେ ସିଂହାସନ ମାଜଣା
୩.୫୦ ପୁଷ୍ପାଞ୍ଜଳି
ସନ୍ଧ୍ୟା ୪.୦୦ ପହଣ୍ଡି