ପୁରୀ: ଏହି କାଳଜୟୀ ପ୍ରାର୍ଥନା, ଭକ୍ତିସଙ୍ଗୀତ, ଜଣାଣ ଶୁଣିଦେଲେ କୋଟି ଓଡିଆର ହୃଦୟ ନାଚି ଉଠେ ପ୍ରାଣ କୃତ୍ୟ କୃତ୍ୟ ହୋଇଯାଏ । ଭକ୍ତି ଭାବରେ ବିଭୋର ମନରେ ଆସିଯାଏ ଏହି ପରି ଶତ ଶତ ଜଗନ୍ନାଥ ଭଜନ ଜଣାଣର ରଚୟିତା ଜଣେ ହିନ୍ଦୁ ନୁହନ୍ତି ମୁସଲମାନ ...ନାଁ ତାଙ୍କ ଭକ୍ତ ସାଲବେଗ । ଆଉ ମୁସଲମାନ ଭାବେ ସାଲବେଗଙ୍କ ଜୀବନ ଚରିତ ଓ ତାଙ୍କ ଜଗନ୍ନାଥ ଭକ୍ତି ଦର୍ଶାଏ ..ଜାତି, ବର୍ଣ୍ଣ, ଧର୍ମ, ନିର୍ବେଶଷରେ ଏ ଠାକୁର କେବଳ ଭାବ ର ଠାକୁର, ଭକ୍ତର ଭଗବାନ । ଭକ୍ତ ପାଇଁ ବେଶ, ରୂପ, ଦର୍ଶନ, ଯାତ୍ରା ସବୁକିଛି ,,,ଭକ୍ତପ୍ରାଣ ତୋଷିବା ପାଇଁ ଭଗବାନଙ୍କ ଲୀଳାଖେଳା ।
ସାଲବେଗଙ୍କ ପିତା ଲାଲବେଗ ଜଣେ ମୋଗଲ ସୁବେଦାର ଓ ମାତା କୁଳୀନ ବ୍ରାହ୍ମଣୀ । ସାଲବେଗ ମୁସଲମାନ ଧର୍ମରେ ଶେଷ ଯାଏ ଥିଲେ ମଧ୍ୟ ମାଙ୍କ ପାଳନ ପୋଷଣ କାରଣରୁ ସେ ହିନ୍ଦୁ ଧର୍ମ ପ୍ରତି ଅନୁରକ୍ତି ରହିଥିଲେ । ଏକଦା ସାଲବେଗ ବ୍ୟାଧିରେ ପୀଡିତ ହେଲା ପରେ ତାଙ୍କ ମା ତାଙ୍କୁ ଭଗବାନ ଜଗନ୍ନାଥଙ୍କୁ ସ୍ମରଣ,ପୂଜନ, ବନ୍ଦନ କରିବା ପାଇଁ କହିଥିଲେ । ଏହା କଲା ପରେ ଅତି ଅଲୌକିକ ଭାବରେ ବିଭୁକୃପାରୁ ସେ ସମ୍ପୂର୍ଣ ଆରୋଗ୍ୟ ହୋଇଗଲେ । ଏହାପରେ ପରବର୍ତ୍ତୀ ସମୟରେ ଭକ୍ତ ସାଲବେଗ ଶ୍ରୀଜଗନ୍ନାଥ ପାଦପଦ୍ମରେ ଲୟ କରି ତାଙ୍କରି ଶ୍ରୀଚରଣ ତଳେ ନିଜକୁ ଅର୍ପଣ କରିଦେଇଥିଲେ । ତାଙ୍କ ପାଇଁ ଜଗତ ହୋଇଯାଏ ଜଗନ୍ନାଥମୟ ...ଶ୍ରୀ ଚରଣେ ନିଜକୁ ଉତ୍ସର୍ଗ କରି ପ୍ରଭୁଙ୍କ ଭଜନ କୀର୍ତ୍ତନ ରେ ସାରାଜୀବନ ନିଜକୁ ହଜାଇ ଦେଇଥିଲେ...
ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟଗତି ନାହିଁ