ଓଡିଶା

odisha

ETV Bharat / state

ପ୍ରେମ ବିବାହର କରୁଣ ପରିଣିତି, କିରୋସିନ ଢାଳି ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ - puri news

ପ୍ରେମ କରି ସାତ ଜନ୍ମର ସାଥି ହୋଇ ରହିବାର ସ୍ବପ୍ନ ଦେଖିଥିଲେ । ହେଲେ ବିବାହକୁ ଗ୍ରହଣ କରିପାରିନଥିଲେ ପୁରୀ ନିମାପଡା ବ୍ଲକ ବାମନାଳ ଦାସ ସାହି ଗ୍ରାମର ଅଜୟ ଦାସଙ୍କ ପରିବାର । ଫଳରେ ପତ୍ନୀଙ୍କ ସହ ଅଜୟଙ୍କ ମା ଓ ଭାଉଜଙ୍କର ଲାଗି ରହୁଥିଲା ପାଟିତୁଣ୍ଡ । ଶେଷରେ ନିର୍ଯାତନା ସହି ନପାରି ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଜୟଙ୍କ ପତ୍ନୀ ଗୀତା ।

କିରୋସିନ ଢାଳି ହୋଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Nov 11, 2019, 11:42 PM IST

ପୁରୀ: ନଵବଧୂଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମ ବିବାହ ପରେ ଶାଶୂ ଓ ଜା'ଙ୍କ ନିର୍ଯାତନା ସହି ନପାରି ନବବିବାହିତା ମହିଳା କିରୋସିନି ଢାଳି ହୋଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କିରୋସିନ ଢାଳି ହୋଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବ୍ଲକ ବାମନାଳ ଦାସ ସାହି ଗ୍ରାମର ଅଜୟ ଦାସ କଟକର ଏକ ଲୁଗା ଦୋକାନରେ କାମ କରନ୍ତି । ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅଞ୍ଚଳର 26 ବର୍ଷୀୟା ଗୀତା ଦାସଙ୍କ ସହ ଅଜୟଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫଳରେ ଦୁହେଁ ଜୀବନସାଥୀ ହେବା ପାଇଁ ନିଷ୍ପତ୍ତି ନେଇ ଏକ ମନ୍ଦିରରେ ଗତ 4ମାସ ତଳେ ବିବାହ କରିଥିଲେ ।

କିରୋସିନ ଢାଳି ହୋଇ ନବବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

ବିବାହ ପରେ ନବବିବାହିତ ପତ୍ନୀକୁ ନିଜ ଗ୍ରାମ ବାମନାଳକୁ ଆଣିଥିଲେ । ହେଲେ ଏହି ବିବାହକୁ ଅଜୟଙ୍କ ପରିବାର ଗ୍ରହଣ କରିନଥିଲେ । ଗୀତାଙ୍କୁ ଅନେକ ସମୟରେ ଗାଳିଗୁଲଜ କରୁଥିଲେ । ଶେଷରେ ନିର୍ଯ୍ୟାତନା ସହି ନପାରି ନିଜ ଦେହରେ କିରୋସିନି ଢାଳିହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସ୍ଥାନୀୟ କେତେକ ପଡୋଶୀ ଆହତ ମହିଳାକୁ ପ୍ରଥମେ ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀର 90 ଭାଗ ପୋଡି ଯାଇଥିବା ଜଣାପଡିଛି । ନିମାପଡା ପୋଲିସ ପହଞ୍ଚି ମହିଳାଙ୍କ ଜମାନବନ୍ଦୀ ରେକର୍ଡ କରିଛି । ଏଥି ସହିତ ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details