ବ୍ରହ୍ମଗିରି:ଶିଶୁକନ୍ୟା ପରେଅଲୋଡା ହେଲା ଶିଶୁପୁତ୍ର, ରାସ୍ତା କଡରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ସାମୁଦ୍ରିକ ଥାନା ଗୋପୀନାଥପୁର ଭୋଇସାହିରୁ ମୃତ ନବଜାତ ଶିଶୁକୁ ଉଦ୍ଧାର କରିଛି ସାମୁଦ୍ରିକ ଥାନା ପୋଲିସ ।
ଅଲୋଡା ନବଜାତକ, ରାସ୍ତା କଡରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର - ଅଲୋଡା ହେଲା ଶିଶୁପୁତ୍ର
ପୁରୀ ଜିଲ୍ଲା ସାମୁଦ୍ରିକ ଥାନା ଗୋପୀନାଥପୁର ଭୋଇସାହିରୁ ମୃତ ନବଜାତ ଶିଶୁର ମୃତଦେହ ଉଦ୍ଧାରକଲା ସାମୁଦ୍ରିକ ଥାନା ପୋଲିସ । ଅଧିକ ପଢନ୍ତୁ...

ଅଲୋଡା ହେଲା ନବଜାତ ଶିଶୁପୁତ୍ର, ରାସ୍ତା କଡରୁ ମୃତଦେହ ଉଦ୍ଧାର
ଅଲୋଡା ହେଲା ନବଜାତ ଶିଶୁପୁତ୍ର, ରାସ୍ତା କଡରୁ ମୃତଦେହ ଉଦ୍ଧାର
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ସମୟରେ ଗୋପୀନାଥପୁର ଭୋଇସାହି ନିକଟରେ ଏକ ନବଜାତର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଶୁଶୁପୁତ୍ରଟିକୁ ଏପରି ଅବସ୍ଥାରେ ଫୋପାଡି ଚାଲିଗଲା ସେନେଇ କିଛି ସୂଚନା ମିଳିପାରିନାହିଁ । ଏନେଇ ପୋଲିସ ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ