ଓଡିଶା

odisha

ETV Bharat / state

ପୁରୀରେ ଚାଞ୍ଚଲ୍ୟ: ମେଡିକାଲ ଶୌଚାଳୟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପୁଣି ଅଲୋଡା ହେଲା ଶିଶୁ କନ୍ୟା । ପୁରୀ ମେଡିକାଲରୁ ଉଦ୍ଧାର ହୋଇଛି ନବଜାତ କନ୍ୟା । ଅଧିକ ପଢନ୍ତୁ

ମେଡିକାଲ ଶୌଚାଳୟ ରୁ ନବଜାତ କନ୍ୟା ଉଦ୍ଧାର
ମେଡିକାଲ ଶୌଚାଳୟ ରୁ ନବଜାତ କନ୍ୟା ଉଦ୍ଧାର

By

Published : Feb 3, 2022, 1:23 PM IST

ପୁରୀ:ପୁଣି ଅଲୋଡା ହେଲା ଶିଶୁ କନ୍ୟା । ପୁରୀ ମେଡିକାଲରୁ ଉଦ୍ଧାର ହୋଇଛି ନବଜାତ କନ୍ୟା । ପୁରୀ ମେଡିକାଲ ବାଥରୁମର ନଳାରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପୁରୀ ମେଡିକାଲରେ ପାଣି ସମସ୍ୟା ହେବାରୁ ସଫେଇ କର୍ମଚାରୀ ତନାଘନା କରିବା ସମୟରେ ଏହି ଶିଶୁକନ୍ୟାକୁ ଦେଖି ଅସହାୟ ଓ ଗୁରୁତର ଅବସ୍ଥାରେ ମେଡିକାଲ ଶୌଚାଳୟରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବାପରେ ଶିଶୁଟିକୁ sncuରେ ଚିକିତ୍ସା କରାଯାଉଛି।

ମେଡିକାଲ ଶୌଚାଳୟ ରୁ ନବଜାତ କନ୍ୟା ଉଦ୍ଧାର

ତେବେ ଶିଶୁଟି ବହୁ ପୂର୍ବରୁ ଜନ୍ମହେବା ସହିକ ଅବସ୍ଥା ବର୍ତ୍ତମାନ ଗୁରୁତର ଥିବା ସ୍ଥାନୀୟ ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଏହି ଶିଶୁ କନ୍ୟାକୁ କିଏ ଓ କେଉଁ ପରିସ୍ଥିତିରେ ମେଡିକାଲରେ ଅସହାୟ ଅବସ୍ଥାରେ ଶିଶୁ କନ୍ୟାଟିକୁ ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details